Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Yudhisthira Lenka

Inspirational

4.4  

Yudhisthira Lenka

Inspirational

ସମ୍ବିଧାନ ସଂଶୋଧନ(ଧାରା 370)

ସମ୍ବିଧାନ ସଂଶୋଧନ(ଧାରା 370)

1 min
127



ଗୋଟିଏ ଦେଶରେ ଦୁଇଟି ଆଇନ

ଦୁଇ ଭିନ୍ନ ସମ୍ବିଧାନ ।

ଚଳିବ ନାହିଁରେ ଦୁଇଟି ପତାକା

ଦୁଇ ଦୁଇଟା ପ୍ରଧାନ ।।


ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ

ଦେଶପାଇଁ ଏ ସ୍ଲୋଗାନ ।

ବ୍ୟର୍ଥ ଯାଇନି ସେ ଅମର ଆତ୍ମାର

ଦେଶସ୍ୱାର୍ଥେ ବଳିଦାନ ।।


ଉଚ୍ଛେଦ ହୋଇଛି ଜମ୍ମୁ ଓ କାଶ୍ମୀର

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ।

ଅକ୍ଷୁଣ୍ଣ ରହିଲା ସାର୍ବଭୌମତ୍ୱ ଓ

ଭାରତର ଅଖଣ୍ଡତା ।।


ଜମ୍ମୁ ଓ କାଶ୍ମୀର ଲଦାଖ ଦୁଇଟି

କେନ୍ଦ୍ରଶାସିତ ଅଞ୍ଚଳ ।

ନାମରେ ନାମିତ ହୋଇବେ ଦେଶରେ

ବଦଳି ଦେଶ ଭୂଗୋଳ ।।


ଅଖଣ୍ଡ ଭାରତ ବାଜପେୟୀଜୀଙ୍କ

ଥିଲା ଦିନେ ଯେଉଁ ସ୍ୱପ୍ନ ।

ସାକାର ହୋଇଲା ମୋଦିଜୀ ଶାସନେ

ବଢିଲା ତାଙ୍କ ସମ୍ମାନ ।।


ଧ୍ୱଂସ ହେଲା ଏକ ବିଧର୍ମୀ ସାମ୍ରାଜ୍ୟ

ଜମ୍ମୁ ଓ କାଶ୍ମୀର ରାଜ୍ୟରେ ।

ଆତଙ୍କବାଦର ଚରାଭୂଇଁ ଆଉ

ରହିବନି ସେହିଠାରେ ।।


ଦେଶଭକ୍ତଙ୍କର ସ୍ୱପ୍ନ ଆଉ ତ୍ୟାଗ

ଶହିଦଙ୍କ ବଳିଦାନ ।

ବ୍ୟର୍ଥ ଯାଏନିରେ ଦେଶଦ୍ରୋହୀମାନେ

ଇତିହାସ ସାକ୍ଷୀ ଜାଣ ।।


ସ୍ୱାର୍ଥାନ୍ୱେଷୀ ଗୋଷ୍ଠୀ ଦୋମୁହାଁ ନେତାଙ୍କ

ରାଜୁତିର ହେଲା ଶେଷ ।

କୁମ୍ଭୀର କାନ୍ଦଣା ଶୁଭିବନି ଆଉ

ଶୁଣିବନି ଆଉ ଦେଶ ।।


ଭୂସ୍ୱର୍ଗ ହସିବ ନୂଆ ଆଲୋକରେ

ନୂଆ ଇତିହାସ ରଚି ।

ଶାନ୍ତି ପ୍ରଗତିର ଦୁନ୍ଦୁଭି ବାଜିବ

ଜନତା ଉଠିବେ ନାଚି ।।


ତ୍ରିରଙ୍ଗା ଉଡିବ ଜମ୍ମୁ କାଶ୍ମୀରରେ

ଏକତାର ମନ୍ତ୍ର ଗାଇ ।

ଭାରତର ଗଣତନ୍ତ୍ର ବାର୍ତ୍ତା ଦିଏ

ଐକ୍ୟ ଅଖଣ୍ଡତା ପାଇଁ ।।




Rate this content
Log in

Similar oriya poem from Inspirational