STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ସକଳ ଘଟରେ ତୁମେ ନାରାୟଣ 

ସକଳ ଘଟରେ ତୁମେ ନାରାୟଣ 

2 mins
421


ଏ ସୃଷ୍ଟି ରଚନା,ତୁମରି ଭିଆଣ 
ସବୁ ତୁମ ଇଙ୍ଗିତରେ
ସକଳ ଘଟରେ ସ୍ୱୟଂ ନାରାୟଣ
ବ୍ୟାଖ୍ୟା ଶାସ୍ତ୍ର ପୁରାଣରେ
କାଳ-କରାଳ ଓ ଭୂତ-ଭବିଷ୍ୟତ
ସତ-ରଜ-ତମ-ଗୁଣ
ପରା-ଅପରା ପୁଣି ବିଦ୍ୟା-ଅବିଦ୍ୟା
ସବୁ ତୁମରି ଭିଆଣ
ଯମ-ଦଇବ ବି ନାଚନ୍ତି ଇଙ୍ଗିତେ 
ପୁଣି ସେ' ନିତ୍ୟ-ଅନିତ୍ୟ
ଜନମ-ମରଣ,ବୁଦ୍ଧି ଓ ବିଚାର
ଅଣୁ ପରମାଣୁ ତତ୍ତ୍ଵ
ଲୋଭ-ମୋହ,କାମ-ଅର୍ଥ,ଧର୍ମ-ମୋକ୍ଷ
ମାନବ ମନର ଭାବ 
ତୁମରି ନିର୍ଦ୍ଦେଶେ ସର୍ଜନା ସମ୍ଭବ
ବନ୍ଧନେ ଦେବ ମାନବ
ପଶୁ-ପକ୍ଷୀ ସହିତ କୀଟ-ପତଙ୍ଗ
ପାହାଡ, ବଣ-ଜଙ୍ଗଲ
ଆଦି-ଅନାଦି,ଯଶ ଓ ଗରିମା 
ସବୁ ତ ଅମୂଲ ମୂଲ
ପୁରୁଷ ପ୍ରକୃତି ନିର୍ଣ୍ଣୟ ତୁମ୍ଭର
ବାଲ୍ୟ, ଯୌବନ ଓ ଜରା 
ମଣିଷ ସଭ୍ୟତା ଆଢ଼ୁଆଳେ ତୁମ୍ଭେ
ଜ୍ଞାନ ବିଜ୍ଞାନ ନିଆରା
ଜୟ-ପରାଜୟ,ସମୃଦ୍ଧି,ସଂସ୍କୃତି
ଶୂନ୍ୟ-ତେଜ,ଜଳ-ସ୍ଥଳ
କୀର୍ତ୍ତି ରହିଅଛି ଯୁଗ ଯୁଗ ଧରି 
ତୁମ୍ଭେ ପରା ଆଦିମୂଳ!!
ବିଭୁ-ବ୍ୟସନ ବି ଅଟେ ପୁଣ୍ୟତୋୟ
ଷଡ ଭୂତେ ତା' ପ୍ରକଟ
ଦିବ୍ୟ ଦରଶନ ଅବା ମୁକ୍ତି ପଥ
ଆଶାରେ ଭାବ ଉତ୍କଟ
ଅଜର ଅମର ଅନାଦି ଅନନ୍ତ
ବ୍ରହ୍ମ ହିଁ ମୂଳ ଆଧାର
ଅଟଳ ବ୍ରହ୍ମାଣ୍ଡେ ମାତ୍ର ବ୍ରହ୍ମ ସତ୍ୟ
ଅନ୍ୟ ସବୁ ମିଥ୍ୟା ସାର 
ସୂର୍ଯ୍ୟ ଚନ୍ଦ୍ର,ଗ୍ରହ ନକ୍ଷତ୍ର ସହିତ
ବିଶ୍ଵ ବ୍ରହ୍ମାଣ୍ଡ ,ଗଗନ
ଅସୀମ,ଅନନ୍ତ,ସେ ଦିଗବଳୟ 
ଧାରେ ଚରଣ ବନ୍ଦନ 
ଆଦେଶ ପାଳନେ ନୀଳାମ୍ବୁ ବାରିଧି
ସ୍ଥାବର ଜଙ୍ଗମ ପୁଣି
ସ୍ଵର୍ଗ,ମର୍ତ୍ତ୍ୟ ପୁଣି ପାତାଳ ସହିତ
ତ୍ରିଭୁବନେ ଜୟ ଧ୍ୱନି

ଜଗତର ସୃଷ୍ଟି ସରଞ୍ଚନାକାରୀ 
ଦାରୁବ୍ରହ୍ମ ଶ୍ରୀମନ୍ଦିରେ 
କେତେ ରଙ୍ଗ କେତେ ବେଶ କେତେ ଲୀଳା
ପର୍ବ ପର୍ବାଣୀ ର ଧାରେ
ଦୁଃଖ-ହାରୀ ନାମେ ଅନେକ ମହିମା 
ହୃଦେ ଅପ୍ରମିତ ଦୁଃଖ
ଅନ୍ତର୍ଯ୍ୟାମୀ ପ୍ରଭୁ ସର୍ବ ଅବଗତ
ଦୁଃଖ ଭରା ଭକ୍ତି ଡାକ
କେଉଁ ମନ୍ତ୍ର ଉଚ୍ଚାରଣେ ପ୍ରଭୁ ତୋଷ
ଜାଣିନି ସଂସ୍କୃତ ଶବ୍ଦ
ଶଙ୍ଖ ଅବା ଘଣ୍ଟି ନାଦେ ଜୟ ଧ୍ୱନି
କି' ଅବା ଦେବି ନୈବେଦ୍ୟ
କେଉଁ ନାମ ଧରି ଭଜନ କରିଲେ
ଶୁଣିବ ଦୁଃଖର ଡାକ
କେଉଁ ରୂପ ଧରି ଦେବ ଦରଶନ
ଜୀବନ ହେବ ସାର୍ଥକ!
କେଉଁ ରଙ୍ଗ ଆଉ ବୋଳି ହେବ ପ୍ରଭୁ
ଶ୍ରୀମୁଖ ତ' କଳା ରଙ୍ଗ
କେଉଁ ଆଭୂଷଣେ ସଜେଇ ହୋଇବ
ଆପେ ସୁନ୍ଦର ସର୍ବାଙ୍ଗ 
ଏହି ସୃଷ୍ଟି ଯଦି ତୁମରି ଭିଆଣ 
ପୁଣି ସକଳ ଘଟରେ
ଫୁଲ ଫଳ ଅବା ଭୋଗ ଓ ନୈବେଦ୍ୟ
କିମ୍ପା ବିଧି ବିଧାନରେ !!
କେଉଁ ଉପଚାର ଅବା ନୈବେଦ୍ୟରେ
ପ୍ରଭୁଙ୍କ ସନ୍ତୋଷ ପଣ
ସେ ଗୂଢ ରହସ୍ୟ କିପରି ବୁଝିବି
ସିମୀତ ମୋ ବୁଦ୍ଧି ଜ୍ଞାନ
କେଉଁ ଭାଷା ଅତି ସହଜରେ ବୁଝ 
କି' ଗୀତରେ ତୁମ୍ଭ ତୋଷ
କେଉଁ ରସ ପାନ କର ନିତି ପ୍ରତି
କେଉଁଠି ଅଛି ସେ ରସ!!
ମୋହ ମାୟା ଜାଲେ ହୋଇ ଛନ୍ଦି
ମିଛ ମାୟାର ସଂସାରେ
ଚିନ୍ତା ନାହିଁ ବ୍ରହ୍ମ ଜ୍ଞାନ ଆହରଣେ
ମନ ଭ୍ରମୁଛି ମିଥ୍ୟାରେ
ଆହେ ନାରାୟଣ କରେ ନିବେଦନ
ଏଇ ମନ ଆନମନା 
ତନ ଓ ମନରେ କଳିର କଳୁଷ
ବିନାଶ ଅର୍ଥେ ପ୍ରାର୍ଥନା


Rate this content
Log in

Similar oriya poem from Abstract