Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ସଖୀ

ସଖୀ

1 min
235



ସଖୀ ତୁମେ ଏକ ତୋଫା ଜହ୍ନରାତି

ମନ ଗହନର ନିଆଁ

ସଖୀ ତୁମେ ଏକ ଅସରା ଶ୍ରାବଣ

ମଳୟର ମୃଦୁ ଛୁଆଁ I

ଆଖିରେ ତୁମର ପ୍ରବାଳ ଦୀପର 

ଝିଲିମିଲି ରଙ୍ଗ ଜ୍ୟୋତି

ତୁମେ ସଖୀ କେଉଁ ସାଗର କୂଳର

ଶାମୁକା ଗର୍ଭରେ ମୋତି I

ଅଳସୀ ନଈର କୁଳୁ କୁଳୁ ସ୍ୱନ

ତୁମେ ଭିଜା ଭିଜା ମାଟି

ତୁମେ ଶ୍ୟାମଳିମା ସବୁଜ ବନାନୀ

ଚିର ପ୍ରତୀକ୍ଷିତ ପ୍ରୀତି I

ବର୍ଷାହୋଇ ତୁମେ ଛୁଇଁଦେଲେ ମୋତେ

ମନେ ଭରେ ଶିହରଣ

ତୁମରି ଓଠରେ ହସ ଦେଖିଦେଲେ

ଆନମନା ହୁଏ ମନ I

ତୁମେ ମୋ ମନର ଆକାଶରେ ସଖୀ

ଜହ୍ନ ହୋଇ ଗଲେ ଉଇଁ

ହୃଦ ସରୋବରେ ତୁମ ଆଖି ଦୁଇ

ପାଲଟେ ଲୋ ନୀଳ କଇଁ I

ବରଷା ରୂପରେ ତୁମକୁ ଦେଖିଲି

ମନ ହୋଇଗଲା ଖୁସି

ଜହ୍ନହୋଇ ଯେବେ ଜୋଛନା ଢାଳିଲ

ମୁଁ ଦେଲି ଟିକିଏ ହସି I

         


Rate this content
Log in

Similar oriya poem from Romance