ସକାଳ ଆସିଲା ଖୁସି ଖବର ନେଇ
ସକାଳ ଆସିଲା ଖୁସି ଖବର ନେଇ
ସକାଳ ଆସିଲା ଖୁସି ଖବର ନେଇ
ନିଦୁଆ ଆଖିରେ ମିଠା ସପନ ଦେଇ
ସିଏ ଆସିଛିନ୍ତି କିଏ କହିଗଲା
ଅଜଣା ପୁଲକ ଗଲା ମନକୁ ଛୁଇଁ ...
ଆଖିରେ କୁହନ୍ତି ସିଏ କେତେ ମିଠା କଥା
ମଧୁରୁ ମଧୁର ଲାଗେ ତାଙ୍କ ନୀରବତା
ଆଖି ଆଖି ଗଲେ ମିଶି ଝୁମେ ଆଖି ପତା
ଲାଜେଇ ଯାଏ ମୁଁ ସତେ ଲାଜକୁଳୀ ଲତା
ଅଳପ ଦେଖାକୁ ଆମ ଅଳପ କଥା
ଉଜାଣି ଯମୁନା ସତେ ଆସିଲା ବହି
ସକାଳ ଆସିଲା ଖୁସି ଖବର ନେଇ ....
ଭାରି ଭଲଲାଗେ ତାଙ୍କ କଥା ଭାବିବାକୁ
ତାଙ୍କ ପାଇଁ ଦେଉଳରେ ଦୀପ ଜାଳିବାକୁ
ଭାରି ଭଲଲାଗେ ତାଙ୍କ କଥା ଗପିବାକୁ
ଆଉକା ମୁହଁରୁ ତାଙ୍କ କଥା ଶୁଣିବାକୁ
ଯେମିତି ଧୀର ସେ ସେମିତିବି ଗମ୍ଭୀର
ଏମିତି ମନଟା ନେଲା ମନ ଚୋରେଇ
ସକାଳ ଆସିଲା ଖୁସି ଖବର ନେଇ ...

