STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ସିଗାରେଟ

ସିଗାରେଟ

1 min
11.5K

ତୁ କାହିଁକି ସେଦିନର

ଶିବଙ୍କ ଚିଲମରେ ଜଳିଗଲୁ ନାହିଁ

ଫେରିଆସିଲୁ ନୂଆରୂପ ନେଇ 

କ୍ଷତିକାରକ ରାସାୟନିକ ଦ୍ରବ୍ୟ ମାଖି

ଧଳା କାଗଜର ଗୋଲେଇ ଭିତରେ

ଲୁଚି ଲୁଚି ଆମକୁ ଶୋଷଣ କରୁଛୁ

ଆଉ ଆମକୁ ରୂପାନ୍ତରିତ କରୁଛୁ

ଶିବରୁ ଶବକୁ ।

ତୁ ତ'ଜଳି ଜଳି ଧୀରେ ଧୀରେ

ପାଉଁଶ ହୋଇଯାଉ

ଆଉ ତୋର ଅଗ୍ନିମିଶା ଧୂଆଁରେ

ଆମକୁ ଆସ୍ତେ ଆସ୍ତେ ଜାଳି

ନିଶେଷ କରିଦେଉ ।

ଆମକୁ କ୍ଷଣିକ ଆନନ୍ଦ ଦେବା ବାହାନାରେ

ଆମ ମନରେ ସହଜରେ ବସା ବାନ୍ଧି

ପ୍ରେମରେ ଫସାଇ ଦେଉ

ଜୀବନସାରା ପ୍ରତାରଣା କରି ଚାଲୁ

ମନକୁ ଭୁଲେଇ ଦେଇ

ହୃଦୟକୁ ଖାଇ ଖାଇ ଚାଲୁ

ଶରୀରରେ ଅନିୟନ୍ତ୍ରିତ କୋଷ

ବୃଦ୍ଧି ପାଇଁ ଖୋରାକ ଯୋଗାଇ

କର୍କଟ ରୋଗ ଅବା ହୃଦ୍-ଘାତକୁ

ଆବାହନ କରୁ ।

ଯଦି କିଏ ଖୁସିରେ ତୋତେ ଚୁମ୍ବନ ଦିଏ

ତା'ର କମେଇ ଦେଉ ସାତ ମିନିଟ ବୟସ

ପ୍ରତିଦିନ ଯିଏ ତୋତେ ଶୋଷି ଚାଲିଥାଏ

ହରଣ କରୁ ବୟସର ଏକ ତୃତୀୟାଂଶ ।

ଫୁସଫୁସର ରଙ୍ଗକୁ କଳା କରିଦେଇ

ପକ୍ଷ୍ମଗୁଡିକୁ କରିଥାଉ ନଷ୍ଟ

ଭୋକକୁ ହରଣ କରି

କାଶ କଫ କରିଥାଉ ଦାନ

ଅଦୃଶ୍ୟ ଦାନବ ସାଜି

ନେଇଥାଉ ଆମର ଜୀବନ ।

ତୋତେ ସିଗାରେଟ ରୂପ ଦେଇଥିବା

ମଣିଷ ବୁଝିପାରୁନି

ତୁ ଏକ ଅଦୃଶ୍ୟ ଘାତକ

ଯିଏକି ପାଖେ ପାଖେ ରହି

ନାଶ କରିପାରେ ନିଜର ଜନକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational