STORYMIRROR

Bikesh Sahu

Inspirational

4  

Bikesh Sahu

Inspirational

ଶୂନ୍ୟତା ବି କଥା କୁହେ

ଶୂନ୍ୟତା ବି କଥା କୁହେ

1 min
28.1K


ଆଜି କାଇଁ ଭଲ ଲାଗେ

ନିସଙ୍ଗ ଶୂନ୍ୟତା ଭିତରେ

ନିଜକୁ ହଜେଇ ଦେବାକୁ

ଅତୀତର ମୁଠା ମୁଠା ସ୍ମୃତି ସବୁକୁ

ଗୋଟି ଗୋଟି କରି ହୃଦୟର ସଂଗ୍ରହାଳୟରେ

ସାଉଁଟି ରଖିବାକୁ

ନିଜକୁ ହଜେଇ ଦେବାକୁ

ସେଇ ଅତୀତରେ

ଆଉ ପୁଣି ଥରେ ଆବିଷ୍କାର କରିବାକୁ

ଲିଭିବାକୁ ବସିଥିବା

ସେଇ ଅତୀତର ମେଞ୍ଚାଏ

ଅଭୁଲା ସ୍ମୃତି ଭିତରେ......

ନିଜେ ଗୋଟେ ପ୍ରଶ୍ନବାଚୀ ସାଜି ଯିବା ପୂର୍ବରୁ....


ସବୁ କିଛି ଆଜି ଅତୀତ ହୋଇ ସାରିଥିଲେ ବି

ମୋ ମନ ଡାଏରୀରେ

ଆଜି ବି ଜୀବନ୍ତ ସେସବୁ

ପ୍ରତିଟି ନିଶ୍ଵାସ ସାଥିରେ

ସତେକି ସେସବୁ ଆଜି ବି ଦୋଳାୟମାନ

ମୋ କ୍ଷୁଦ୍ର ମଗଜ ଭିତରେ

ସ୍ମୃତି ଆଉ ଅନୁଭୂତି ସାଜି

ମୋର ତନ୍ତ୍ରୀ ତନ୍ତ୍ରୀରେ ଆଜି ସଂସ୍ଥାପିତ

ସଂଜୀବନୀ ମନ୍ତ୍ର ପରି

ଆଜି ବି ଜୀବନ୍ତ କରେ

ମୋ ମରିଯାଇଥିବା ସ୍ୱପ୍ନ ସବୁକୁ ।


ଆଜି ବି ଇଚ୍ଛା ଲାଗେ ଶୁନ୍ୟତାରେ ବୁଣିବାକୁ

ଅନେକ ରଙ୍ଗୀନ ସ୍ୱପ୍ନ

କାହିଁକି ଯେ ଏତେ ଭଲ ଲାଗେ

ଶୂନ୍ୟତା ମୋତେ

ସତରେ ବୁଝିପାରେ ନା ମୁଁ

ବନ୍ଦିହେଇ ଯାଏ କାହିଁକି ଯେ

ଶତ ଚେଷ୍ଟାର ପ୍ରତିରୋଧର ସତ୍ୱେ

ଭାରି ନିଜର ନିଜର ଲାଗେ ଆଜି ମୋତେ

କୋଉ ଗୋଟେ ଅନ୍ତଃସମ୍ବନ୍ଧ ବୋଧେ ବନ୍ଦି କରିଦେଇଛି ଆମକୁ

ସେଇଥି ପାଇଁ ତ

ଏତେ ଭଲପାଏ ମୁଁ ଶୁନ୍ୟତାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational