ଶୁଭ ସକାଳ
ଶୁଭ ସକାଳ
ଆସିଗଲା ଭାଇ ଶନିବାର ପରା
ସଅଳ ସଅଳ ଉଠିଯାଅ
ପିତାମାତା ଆମ ଜୀବନ୍ତ ଦେବତା
ତାଙ୍କ ପାଦତଳେ ପଡିଯାଅ ।।
ଶନିବାର ଶନିଶ୍ଚରଙ୍କୁ ପୂଜିବ
ମନରେ ଭକତି ଭରି
ଭଲରେ କଟିବ ଦିନଟି ତୁମର
ଦୁଃଖ ଯିବ ଅପସରି ।।
ମିଛ ମାୟା ଘେରା ଦୁନିଆକୁ ଆସି
ହେଉଅଛେ ହନ୍ତସନ୍ତ
କଳିଯୁଗ କଳି ପଶି ଘାଣ୍ଟୁଅଛି
ନ ମିଳୁଛି କାହିଁ ବାଟ ।।
ଭଲ କହିଦେଲେ ଭେଲ ହେଉଅଛି
ଅବିଶ୍ବାସ ଭାବୁଛନ୍ତି
ସତ କଥା ଆଉ ପଶୁନି କାନରେ
ମିଛ ସାଥୀରେ ଚଳନ୍ତି ।।
ଘର ମଧ୍ୟେ ଦେଖ ଫାଟ ସୃଷ୍ଟି ହୁଏ
କହିବା ଆଉ କାହାକୁ
ଭାଇ ହେଉଅଛି ଭାଇର ଶତ୍ରୃ ଯେ
ଧିକ ଏହି ଜୀବନକୁ ।।
ବାପା ମାଆ କଥା କାନେ ନ ପଶଇ
ଆନେ କହିଲେ ଶୁଭଇ
ଖଳ ଜନ ସଙ୍ଗେ ଛୁଆ ମିଶିଲେଣି
ପରିବାର ଜନ ଫେଇ ।।
ଘରର ଘରଣୀ ଦୁଷ୍ଟାମି କଲେଣି
ସ୍ଵାମୀ କଥା ଏଡିଦେଇ
ଅନ୍ୟାୟ ଅନୀତି ବଢ଼ି ଚାଲିଲାଣି
ସୁପଥ କେଉଁଠି ଭାଇ ?
ଝିଅ ମାନଙ୍କୁ ତ ବାହାରକୁ ଛାଡି
ନିର୍ଭୟେ ରହି ହେଉନି
ରକ୍ତ ପିପାସୁଙ୍କ ଲୋଲୁପ ଦୃଷ୍ଟିରୁ
ବଞ୍ଚିବା ଭାବି ହେଉନି ।।
ମୁରୁଖ ମାନଙ୍କ ଖାତିରି ଦେଖିଲେ
ଆଖି ଯାଉଅଛି ଲାଖି
ପଢୁଆ ତ ଏବେ ବାନା ସାଜିଲେଣି
ଚାକିରୀ ମାରୁଛି ଆଖି !!!
ସ୍ଵାର୍ଥ ଏବେ ବାଇ କରିଛି ସବୁଙ୍କୁ
କହିବା କା' ଆଗେ ଯାଇ
ପଇସା ପଛରେ ଦୁନିଆ ଚାଲିଛି
ନିଜ ଲୋକ ଦୂରେ ଥୋଇ ।।
ହାତେ ମାପିକରି ଚାଖଣ୍ଡେ ଚାଲିଲେ
ତଥାପି ଖସୁଛି ପାଦ
କୁହୁଡି ପହଁରା ସାର ହିଁ ହେଉଛି
ଗଣୁଅଛୁ ପରମାଦ ।।
କଳିଯୁଗେ ଭାଇ ହରିନାମ ସାର
ଏଇ ଏକମାତ୍ର ପଥ
ଉଦ୍ଧାର ହୋଇବୁ ମଣିଷ ଜନମୁ
ଧର ପ୍ରଭୁ ଜଗନ୍ନାଥ ।।
