STORYMIRROR

Jharana Rout

Children

3  

Jharana Rout

Children

ଶୁଭ ଜନ୍ମଦିନ

ଶୁଭ ଜନ୍ମଦିନ

1 min
240

  ତୁ ଅଟୁ ଜୀବନ ସଙ୍ଖାଳୀ 

       ତୁ ହେଲୁ ପରା କୁଳ ନନ୍ଦନ

  ଏହି ଅଗଣାରେ ତୋ ପାଦ ପଡିଲେ

        ଖୁସିର ମହଲ ଖେଳିଯାଏ


ତୋର ସେହି ଖନା ଖନା କଥାରେ 

       କେତେ ମିଠା ମିଠା କଥା ଥାଏ

 ତୋର ସେହି ଟିକେ ଟିକେ ଦୁଷ୍ଟାମି ରେ

     ମୋ ଘର ଅଗଣା ପୂରିଯାଏ


ତୁ ମୋର ଧନ ତୁ ମୋର ସୁନା ସଙ୍ଖାଳୀ 

    ତୁ ମୋର ଅଟୁ ଜୀବନ୍ ଧନ

ତୋ ବିନା ଏ ଘର ଲାଗେ ଶୂନ୍ୟ ଶୂନ୍ୟ

    ତୁ ଅଟୁ ମୋର ସୁନେଲି ସ୍ଵପ୍ନ


ପ୍ରଭୁଙ୍କ ପାଖରେ ମୋର ଏତିକି ଗୁହାରି 

    ସବୁବେଳେ ଘଣ୍ଟ ଘୋଡାଇ ରଖନ୍ତୁ ତତେ 

 ଜୀବନରେ ତୁ ଭଲ ମଣିଷଟିଏ ହୋ

    ସମସ୍ତଙ୍କର ତୁ ପ୍ରିୟ ହୋଇ ରହ            

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children