ଶୁଆକୁଆ
ଶୁଆକୁଆ
ଶୁଆ କୁଆ ଦିନେ ଗଲେଟି ଧାଇଁ
ଉଡିଉଡି ଯାଇ ଭେଟିଲେ ସାଇ ।
ଶୁଆ କହେ ମତେ ସୁନ୍ଦର କର
ସାଇଦେଲେ ତାକୁ ତଥାସ୍ତୁ ବର ।
ସବୁଜ ଦେହ ରେ ନାଲିଆ ଓଠ
ଲୋଭକଲେ ଦେଖିତାରୂପ ଘଟ ।
ଧରିଆଣି ଦେଲେ ପଞ୍ଜୁରୀ ଥୋଇ
ବନ୍ଧୀଘରେ ଶୁଆ ରହିଲା ଶୋଇ ।
କଳା ରଙ୍ଗ ଦେହ ବିଚାରେ କୁଆ
ଈଶ୍ୱରକଂ ଦାନ କାରଣ ଥୁଆ ।
ଖେଦ ନାହିଁ କଳା ତନୁଟି ମୋର
ଶେଯରୁ ଉଠାଇ ଦିଏ ଟି ଭୋର ।
ଖୋଲା ଆକାଶରେ ଯାଏଟି ଉଡି
ନଧରନ୍ତୁ କିଏ ମତେ କେ ହୁଡ଼ି ।
କୁଆ ଶୁଆ କଂର ଜୀବନ ପରି
ଭିତର ସୁନ୍ଦର ଯାଉଟି ଭରି ।
