ଶୁଆ ଶାରୀ ଉଵାଚ
ଶୁଆ ଶାରୀ ଉଵାଚ
ଶୁଆ କହେ ଶାରୀ ଲୋ ମିଠା କଥାରେ
କା ଯିବୁନି ଭୁଲି ପରଖି ଦେଖିବୁ ସତ
ମିଛ କେତେ କଥାର ବୋଲି
ଶାରୀ କହେ ଶୁକରେ ମିଠା କଥା
କହି ମନ ମୋହି ନେବାକୁ କହନ୍ତି ଧନରେ l
କେମିତି ଜାଣିବି ମିଠା କଥା
ଭେଦ ଯିବିନି ତତେ ମୁଁ ଭୁଲି
ଶୁଆ କହେ ଶାରୀ ଉପରକୁ
ସରଳ ହୋଇ ଭିତରେ
ସନ୍ଦେହ ରଖିନେଇ ବୁଝିଯିବୁ l
ଗୁଢ ତତ୍ତ୍ୱ କଥାର ଏହି
ହସିଦେଲା ଶାରୀ ଭଲପାଉ ଭାରି
ସେପାଇଁ ହେଉଛୁ ଝୁରି
ହାତ ମୁଁ ଧରିଛି ମଲାଯାଏଁ କେବେ
ଛାଡ଼ିବି ନାହିଁ ନିଶ୍ଚିନ୍ତ ରହିଥା ତୁହି l
ମଣିଷ ପକ୍ଷୀ ପଶୁ ଭାବ ଓ ଭଙ୍ଗୀ
ଶବ୍ଦରୁ ଅଧିକ କହୁଛି ମୁହିଁ
କଥା ଦିପଦରେ ମନ ଭରିଯାଉ ଭାବ
ଭଙ୍ଗୀ ଠାଣି ମାଣି ରେ ରହିଛି ପ୍ରଭେଦ l
ଏତିକି ବୁଝିଛି ବୋଲି ମୁଁ ଭାବର ଡୋରିକୁ
ମଜବୁତ କରି ଚାଲୁଅଛି ପାଦ ଗଣି ଥିରି ଥିରି
କାଳିଆ ଠାକୁର ସଭିଙ୍କୁ ଦେଇଛନ୍ତି ସୁବୁଦ୍ଧି
ମଣିଷ ଜାଣୁନି ବେଭାର ନିଜେ ନିଜର ଅପପ୍ରଚାର
କରୁଥାଉ ସଂସାରେ ରହି କର୍ମଫଳ ପାଇ
ତୁ ତ ମୋର ମୁଁ ବି ତୋର ଆନ କଥା ଭାବୁ କାହିଁ
ଶୁଆ ହସିଲା ରହିଲା ନିର୍ଭିକ ଶାରୀ ମୁହଁ ସୁନ୍ଦର ଦିଶଇ l

