STORYMIRROR

Rabindra kumar Sahoo

Tragedy

4  

Rabindra kumar Sahoo

Tragedy

ଶସ୍ତା ହୋଇଛି ମଣିଷ ଜୀବନ

ଶସ୍ତା ହୋଇଛି ମଣିଷ ଜୀବନ

2 mins
206

    କିଏ ଘୋଷଣା କରୁଛି ପାଞ୍ଚ ଲକ୍ଷ

    କେ ଘୋଷଣା କରେ ଛଅ ଲକ୍ଷ

    କେ ପୁଣି କରଇ ଦଶ ଲକ୍ଷ

    କେ କହୁଛି ମାଗଣା ଶିକ୍ଷା ଦେବେ ଆଜୀବନ

    ଯେଉଁ ଶିଶୁଙ୍କର ପରିବାର ମୁଖ୍ୟ

    ହୋଇଛନ୍ତି କରୋନାରେ ନିଧନ

    ଆହା କି ଶସ୍ତା ହୋଇଛି

    ଆମ ଏ ମଣିଷ ଜୀବନ ?    

    ବୀମା କମ୍ପାନୀ ମାନେ ମଧ୍ୟ

    ମୃତ୍ୟୁ ପରେ

    ଜୀବନର ମୂଲ୍ୟକୁ କରନ୍ତି ନିର୍ଦ୍ଧାରଣ

    ବଞ୍ଚିଥିବା ବେଳେ ପ୍ରତି ମୁହୂର୍ତ୍ତେ

    ମାରନ୍ତି ଚିଟ୍ ଫଣ୍ଡ କମ୍ପାନୀ ମାନ

    ସେଥିରେ ସଂଶ୍ଳିଷ୍ଟ ରୁହନ୍ତି

    ଆଜିର ମୃତ୍ୟୁ କାଳୀନ

    ସୁବିଧା ଘୋଷଣାନାମା କରୁଥିବା

    ବଦାନ୍ୟ ବ୍ୟକ୍ତି ଗଣ ।

    ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଶିଳ୍ପ

    ସବୁର କରି ଘରୋଇକରଣ

    ସତେ କି କବଚକୁଣ୍ଡଳ ଦାନ କରି

    ନିଜକୁ ଵୋଲାଉଛନ୍ତି ମହାଦାନୀ କର୍ଣ୍ଣ

    ସେଦିନର କର୍ଣ୍ଣ ଆଜିର କର୍ଣ୍ଣ

    ଉଭୟେ ସମାନ

    ସେ ଥିଲେ ଅଧର୍ମ ପଥର କର୍ଣ୍ଣଧାର

    ଏବର ଏ କର୍ଣ୍ଣଗଣ ମଧ୍ୟ

    ଅଧର୍ମ, ଅତ୍ୟାଚାରର 

    ନ କରନ୍ତି ବିଚାର

    ତାଙ୍କର ପକ୍ଷ ଥିଲେ

    ଦୁର୍ଯ୍ୟୋଧନ, ଦୁଃଶାସନ

    ଏମାନେ ଆଚରନ୍ତି

    ଅନ୍ୟାୟ ଓ ଅଧର୍ମ

    କରନ୍ତି କୁଆଚରଣ ଓ ଦୁଷ୍କର୍ମ ମାନ

    ନିଜକୁ ବୋଲାନ୍ତି କିନ୍ତୁ

    ମହାଦାନୀ କର୍ଣ୍ଣ

    ଲୋକଙ୍କ ଟିକସରେ

    ଦେଖାନ୍ତି ଫୁଟାଣି

    ସତେ କି ଅଜାଡ଼ି ଦେଲେ

    ବାପା ଅଜାଙ୍କ ଧନ

    ଏ ମୁଖିଆ ଘୋଷଣା କରନ୍ତି

    ଏତେ ଲକ୍ଷ

    ସେ ପ୍ରଧାନ ଘୋଷଣା କରନ୍ତି

    ସେତେ ଲକ୍ଷ

    ରୋଗ ପ୍ରତିଷେଧକ ଓ

    ରୋଗର ନ କରି ନିଦାନ

    ନିଜକୁ ବୋଲାନ୍ତି ମହାଦାନୀ କର୍ଣ୍ଣ

    ସତେ କି ଦଧିଚୀ ଋଷିଙ୍କ ପରି

    କରି ଅସ୍ତି ଦାନ

    କରନ୍ତି ସତେ କି ବଜ୍ରାସ୍ତ୍ର ନିର୍ମାଣ ?

    ଧନ୍ୟ ଧନ୍ୟ ଏ ଫମ୍ପା ବାଇଦର ବାଦନ

    ଧନ୍ୟ ତୁମ ବଦାନ୍ୟ ପଣ

     ବଞ୍ଚି ବଞ୍ଚାଇବାର ଉପାୟ କାଢି

     ମଣିଷ ଜୀବନକୁ କର ମୂଲ୍ୟବାନ

     ନିଜେ ନ ହୋଇ ମୂଲ୍ୟହୀନ

     ନ କରି ଶସ୍ତା ଯୋଜନା ମାନ

     ଦେଖାଇ ନ ହୋଇ ବଦାନ୍ୟ ପଣ

     ରୋଗର କର ନିଦାନ

     ରୋଗୀକୁ ସୁଚିକିତ୍ସା ଯୋଗାଇ

     ଦେଶେ ଆଣ ସୁଶାସନ

     ଭାବୁଛ କି ଘୋଷଣା କରି

     ବୀମା ରାଶି ମାନ

     ଘୋଷଣା କରି ଶସ୍ତା

     ଥଇଥାନ ନୀତିମାନ

     ମୃତ୍ୟୁର ସେହି ଦାରୁଣ ଦୁଃଖକୁ

     କ'ଣ ଭୁଲିଯିବେ

     ତାଙ୍କ ପରିବାର ଜନ

      କ'ଣ ଭାବୁଛ ଆହେ

      ଶାଗୁଣା ବିଲୁଆ ସଦୃଶ ନେତୃଗଣ

      ସତେ କଣ ଏତେ ଶସ୍ତା ହୋଇଛି

      ମଣିଷ ଜୀବନ ?

      ରାଜ୍ୟ ରାଜ୍ୟ ଓ

      ରାଜ୍ୟ କେନ୍ଦ୍ର ମଧ୍ୟେ

      ମୃତକଙ୍କ ପରିବାରକୁ

      କରିବାକୁ ସହାୟତା ପ୍ରଦାନ

      ସତେ କି ଲାଗିଛି ନେତୃଗଣଙ୍କ ମଧ୍ୟେ

      ପ୍ରତିଯୋଗିତାଟି ଜାଣ

      ଏକବିଂଶ ଶତାବ୍ଦୀର

      ସଭ୍ୟ ସମାଜର ଏ ଅଟେ

      ଗଣତନ୍ତ୍ର ଶାସନ

      ଲୋକଙ୍କୁ ନ ମଣ ହୀନ

      ନ ମଣ ସେମାନଙ୍କୁ

      ବୋକା କି ନ୍ୟୁନ

      ସେମାନେ ବି ବୁଝୁଛନ୍ତି 

      ମୃତ୍ୟୁର କ୍ରୁର କରାଳ ଛାୟାଟି ମାନ

      କେମିତି ଭୁଲିବେ ମୃତ୍ୟୁର ବିଭୀଷିକା

      ସେ ପରିବାର ଜନ

      ଯେ ହରାଇଛି ତା ପିତା, ମାତା, ଭ୍ରାତା,

      ବଧୂ, ବନ୍ଧୁ ପରିଜନ

      ଆହେ ନେତୃଗଣ ଭାବନି

      ସେମାନେ ଏତେ ବୋକା

      ସେମାନେ ବି ଜାଣନ୍ତି

      କ'ଣ ଏତେ ଶସ୍ତା ହୋଇଛି

      ଏ ମଣିଷ ଜୀବନ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy