ଶ୍ରମିକ
ଶ୍ରମିକ
ଶ୍ରମିକ ମୁଁ ଏକ
ଶ୍ରମିକ ହାତରେ
ମୋର ଉନ୍ମାଦର
ଅମୋଘ ଅସ୍ତ୍ର
ସଦା କରିବି ଶ୍ରମ
ସଭିଙ୍କ ମୁଖରେ
ଫୁଟାଇ ଦେବି ହସ
ପାଇବି ଯାହା ମୂଲ
ଚଳାଇ ନେବି
ତେଲ ଲୁଣର
ସଂସାର ମୋର
ଶ୍ରମ ଯେ ଅଟଇ
ଶିରିପା ମୋର
ଭ୍ରାନ୍ତ ମନକୁ
ଦେବି ବୁଝାଇ
କର୍ମ ଅଟଇ
ଜୀବିକା ମୋର
ନ ଯିବି କେବେ
ଥକି
କରୁଥିବି ଶ୍ରମ
ମନ ମଉଜି
ଖେଳାଇ ଦେବି
ଆନନ୍ଦ ଲହରି
ନ ଯିବି ଥକି
ଶ୍ରମ କରି କରି
ଏ ଧରାରୁ ଯିବି
ବାହାରି
ଶ୍ରମିକ ଵୋଲି
ଗର୍ବ କରି
