STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଶ୍ରମିକ ର ତ୍ୟାଗର ରଙ୍ଗ -ରୀତା

ଶ୍ରମିକ ର ତ୍ୟାଗର ରଙ୍ଗ -ରୀତା

1 min
139

ନିଗାଡି ନିଜ ଦେହୁ ଝାଳ

ଦେଉଛି ମୁଁ ଦେଶ ବିକାଶ ରେ ବଳ

ଦିନ ରାତି ମୋର

ହାଡ଼ ଭଙ୍ଗା ଖଟଣି କରି ବିତେ

ମୋର ମୂଲ୍ୟ କିଏ ବୁଝେ ସତେ

ଦେଶ ପାଇଁ ମୁଁ ରକ୍ତକୁ କରିଛି ପାଣି

ମୋ ତ୍ୟାଗ ବଳିଦାନ କଥା କିଏ ମନେ ରଖିଛି କି

ମଇ -୧ କୁ ଶ୍ରମିକ ଦିବସ ପାଳିଦେଲେ

ମୋ ଦୁଃଖକଣ ସରିଯିବ

ମତେ ଟିକେ ସମ୍ମାନ ଲୋଡ଼ା

ମୁଁ ଯେ ଦିନରାତି ଦେଶର ସେବାରେ ଥାଏ

ଏମିତି ଦିନ ନିଶ୍ଚୟ ଆସିବ

ମୋ ଭୋକିଲା ଛୁଆଙ୍କ ପେଟ ପୁରିଯିବ

ଶିକ୍ଷା ଆଦି ସବୁକ୍ଷେତ୍ର ରେ

ସେମାନେ ଆଗେଇ ପାରିବେ

ସେଦିନ ମୁଁ ମଧ୍ୟ ଗର୍ବରେ କହିପାରିବି

ମୁଁ ଗୋଟିଏ ଶ୍ରମିକ

ଦେଶ ଭାଗ୍ୟ ବଦଳେଇବାରେ ଯୋଗାଇଛି ବଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract