STORYMIRROR

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ଶ୍ରୀରାମ ଜନ୍ମ ବୃତ୍ତାନ୍ତ

ଶ୍ରୀରାମ ଜନ୍ମ ବୃତ୍ତାନ୍ତ

1 min
241

(ଭାଗବତ ବାଣୀ, ଗୁଜ୍ଜରୀ )


ଶ୍ରୀ ରାମ ଜନ୍ମ କଥାମୃତ

ଶ୍ରବଣେ ମିଳେ ଯେ ଅମୃତ ll


ଅଯୋଧ୍ୟା ରାଜ୍ୟ ଭାରତରେ

ଆଦର୍ଶ ଦେଶ ଜଗତରେ ll


ମହାନ ରାଜା ଦଶରଥ

ସାହସ କା6ର୍ଯ୍ୟ ସେ ସମର୍ଥ ll


ଶିକାର ପାଇଁ ବନ ଗଲେ

ଅଜ୍ଞାନେ ଶ୍ରବଣ ମାରିଲେ ll


ଶାନ୍ତୁନ ଦେଲେ ଅଭିଶାପ

ରାଜନ କଲେ ଅନୁତାପ ll


ପୁତ୍ରର ଶୋକେ ଯିବ ପ୍ରାଣ

ବିନୟେ କଲେ ଯେ ଗ୍ରହଣ ll


ବିହୁନେ ପୁତ୍ର ଅବଶୋଷ

ଆସିଲା ମନେ ଯେ ବିଶ୍ୱାସ ll


ରାବଣ ଜ୍ଞାନୀ ମହୀତଳେ

ଜାଣଇ ନିଜ ଜ୍ଞାନବଳେ ll


ହରଣ ବୀର୍ଯ୍ୟ ଦଶରଥେ

ଅମର ପାଇଁ ଏ ଜଗତେ ll


ପୁତ୍ରେଷ୍ଠୀ ଯଜ୍ଞ ପରାମର୍ଶ

ବଶିଷ୍ଠ ଦେଲେ ସୁଭାଶିଷ ll


ଜରତା ବେଶ୍ୟା କାମଲୋଭେ

ହୃଷ୍ୟ ଶୃଙ୍ଗ ମୁନି ମନଲୋଭେ ll


ମର୍ତ୍ତ୍ୟରେ ମୁନି ଦେଲେ ଦୃଷ୍ଟି 

ଲୋମପାଦ ରାଜ୍ୟେ ହେଲାବୃଷ୍ଟି ll


ପାଇକି ପତ୍ର ମୁନିବର

ଆସିଲେ ଦେଶେ ଅଯୋଧ୍ୟାର ll


ହୃଷ୍ୟ ଶୃଙ୍ଗ ଋଷି ଆଗମନ

ପୁତ୍ରେଷ୍ଠୀ ଯଜ୍ଞ ଆୟୋଜନ ll


ଯଜ୍ଞରୁ ଜାତ ଚରୁ ଅନ୍ନ

ଆନନ୍ଦେ ନେଲେ ରାଣୀ ଗଣ ll


କୌଶଲ୍ୟା ଭାଗେ ସୁମିତ୍ରାକୁ

କୈକେୟୀ ଦେଲେ ତାଭାଗକୁ ll


ଚୈତ୍ର ମାସ ଶୁକ୍ଳ ନବମୀ

ରାମ ଜନ୍ମ ରାମ ନବମୀ ll


କୌଶଲ୍ୟା କୋଳେ ଶ୍ରୀରାମ

ବିଷ୍ଣୁ ଅବତାର ସପ୍ତମ ll


କୈକେୟୀ ପୁତ୍ରଯେ ଭରତ

ସ୍ମାରକୀ ପ୍ରେମର ଭାତୃତ୍ୱ ll


ସୁମିତ୍ରା ପୁତ୍ରଯେ ସେବାର

ଲକ୍ଷ୍ମଣ ଶତ୍ରୁଘ୍ନ ପୁଣ୍ୟର ll


ତ୍ରେତୟା ଯୁଗର ଶେଷରେ

ରାମଙ୍କ ଜନମ ମହୀରେ ll


ମର୍ଯ୍ୟାଦା ପୁରୁଷ ଶ୍ରୀରାମ

କାର୍ଯ୍ୟରେ ପୁରୁଷ ଉତ୍ତମ ll


ରାମଙ୍କ ପ୍ରେମେ ଦଶରଥ

ଖୁସିରେ ଝୁମେ ମନୋରଥ ll


ଧର୍ମ ସ୍ଥାପନ ପୁଣ୍ୟକାମେ

ରାମ ଜନମ ଧରାଧାମେ ll


ବିଷ୍ଣୁଙ୍କ ପୂର୍ଣ୍ଣ ଅବତାର

ରାମଙ୍କ ପାଦେ ନମସ୍କାର ll



Rate this content
Log in

Similar oriya poem from Classics