STORYMIRROR

puspalata samantary

Inspirational

3  

puspalata samantary

Inspirational

ଶରୀର

ଶରୀର

1 min
355

ଭଙ୍ଗା ଗଢା ଦିଆନିଆ ଏ ସଂସାର

ପ୍ରତିମୁହୂର୍ତ୍ତ ସଂଗ୍ରାମ,

ବାଦ ବିସମ୍ବାଦ ପ୍ରତିଯୋଗିତା ର

ଶରୀର ଅଟେ ମାଧ୍ୟମ

ଯାହା ତୁମ ଚିନ୍ତା ଚେତନା କରଣୀ

କର୍ତ୍ତା ଅଟଇ ଶରୀର,

ତାହାର ସୁରକ୍ଷା ପ୍ରାଥମିକ ଅଟେ

ପ୍ରତ୍ୟେକ ଟି ଜୀବନ ର

ଅସୁମାରୀ ରୋଗ ବ୍ୟାଧି କୁ ଧାରଣ

କରିବା କ୍ଷମତା ତାର,

ତାହାର ସୁସ୍ଥତା ପାଇଁକି ସାଧନା

ଅଟେ ଜୀବନ ଶୈଳୀର

ସୁସ୍ବାଦୁ ଖାଦ୍ୟର ସମାହାର ଦେଖି

ମନ କି ହେବ ଆୟତ୍ତ,

ଶରୀର ର କଥା ଭାବିବା ବେଳକୁ

ଜିହ୍ଵା ହେବ ଲାଳାୟିତ

ଶରୀର ମନର ସମନ୍ଵୟ ରକ୍ଷା

କରିବ ଚେତନା ଶକ୍ତି,

ନିରନ୍ତର ନିୟତ୍ରଣ ଜୀବନ କୁ

ଆଣିଦେବ ସୁସ୍ଥ ଶାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational