ଶରୀର
ଶରୀର
ଭଙ୍ଗା ଗଢା ଦିଆନିଆ ଏ ସଂସାର
ପ୍ରତିମୁହୂର୍ତ୍ତ ସଂଗ୍ରାମ,
ବାଦ ବିସମ୍ବାଦ ପ୍ରତିଯୋଗିତା ର
ଶରୀର ଅଟେ ମାଧ୍ୟମ
ଯାହା ତୁମ ଚିନ୍ତା ଚେତନା କରଣୀ
କର୍ତ୍ତା ଅଟଇ ଶରୀର,
ତାହାର ସୁରକ୍ଷା ପ୍ରାଥମିକ ଅଟେ
ପ୍ରତ୍ୟେକ ଟି ଜୀବନ ର
ଅସୁମାରୀ ରୋଗ ବ୍ୟାଧି କୁ ଧାରଣ
କରିବା କ୍ଷମତା ତାର,
ତାହାର ସୁସ୍ଥତା ପାଇଁକି ସାଧନା
ଅଟେ ଜୀବନ ଶୈଳୀର
ସୁସ୍ବାଦୁ ଖାଦ୍ୟର ସମାହାର ଦେଖି
ମନ କି ହେବ ଆୟତ୍ତ,
ଶରୀର ର କଥା ଭାବିବା ବେଳକୁ
ଜିହ୍ଵା ହେବ ଲାଳାୟିତ
ଶରୀର ମନର ସମନ୍ଵୟ ରକ୍ଷା
କରିବ ଚେତନା ଶକ୍ତି,
ନିରନ୍ତର ନିୟତ୍ରଣ ଜୀବନ କୁ
ଆଣିଦେବ ସୁସ୍ଥ ଶାନ୍ତି
