STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଶ୍ରୀପର୍ଶୁରାମ ବନ୍ଦନା

ଶ୍ରୀପର୍ଶୁରାମ ବନ୍ଦନା

1 min
38

         ଶ୍ରୀପର୍ଶୁରାମ ବନ୍ଦନା
         ============
ଜୟ ଜୟ ପର୍ଶୁରାମ ଜୟ ଉଗ୍ରମୂର୍ତ୍ତି l
ଧର୍ମ ସଂସ୍ଥାପନଅର୍ଥେ ତବ ଉତପତି ll ଜୟଜୟ ଜମଦଗ୍ନ୍ୟ ଜମଦଗ୍ନୀ ପିତା l
ଅଧର୍ମ ଅର୍ଜିଲ ପ୍ରଭୁ କରି ମାତୃହତ୍ୟା ll
ମାତା ରେଣୁକା ତୁମ୍ଭର ପ୍ରଭୁ ଭୃଗୁପତି l ପତିବ୍ରତା ଅତିସାଧ୍ୱୀ ମହା ମହାସତୀ ll ପିତାଙ୍କ ବରରେ କଲ ପାପ ପ୍ରକ୍ଷାଳନ l
ମାତା ତୁମ୍ଭର ପୁନଶ୍ଚଲଭିଲେ ଜୀବନ ll ଭୃଗୁପତି, ତୁମ୍ଭେ ମହା ବିଷ୍ଣୁ ଅବତାର l ଏକବିଂଶ ବାର କଲ କ୍ଷତ୍ରିୟସଂହାର ll
ଦୁଷ୍ଟ କ୍ଷତ୍ରିୟଙ୍କ ରକ୍ତେ ପୂର୍ଣ୍ଣ କରି କୁଣ୍ଡ l ସ୍ୟମନ୍ତ ପଞ୍ଚକେ କଲ ପିତରଙ୍କୁ ପିଣ୍ଡ ll ହରଧନୁ ଭଗ୍ନକାଳେ ବହୁତ ସନ୍ତାପେ l ରାମଙ୍କୁ ନିନ୍ଦିଲ ପ୍ରଭୁ ପର୍ଶୁଧର ଧାପେ ll ଶ୍ରୀରାମକରିଲେ ଯହୁଁ ତବ ଗର୍ବ ଚୂର୍ଣ୍ଣ l ମହେନ୍ଦ୍ରପର୍ବତ ଯାଇ ହେଲ ତପମଗ୍ନ ll ସେହିଠାରେ ରହିଅଛ ଆଶ୍ରମକୁ ଥାପି l
ଜୟ ଜୟ ପର୍ଶୁରାମ ଜୟ ମହା ତପି ll
ମହା ଶାସ୍ତ୍ରଜ୍ଞାତା ମହା ଶସ୍ତ୍ରଜ୍ଞାତା ଗୁରୁ l
ଭୀଷ୍ମ କର୍ଣ୍ଣ ଅସ୍ତ୍ରଶିକ୍ଷାକଲେ ତୁମ୍ଭଠାରୁ ll ନମଃ ନମଃ ପର୍ଶୁ ଧର ବିଷ୍ଣୁ ଅବତାର l ତୁମ୍ଭକୁ ପ୍ରଣାମ କରେ ମୁହିଁ ଶତ ବାର ll
             🙏🙏🙏
                 ଅର୍ଜୁନୀ 
              ---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational