ଶ୍ରୀପଞ୍ଚମୀ
ଶ୍ରୀପଞ୍ଚମୀ
ବୀଣାପାଣି ମହାମାୟୀ
ଶ୍ରୀପଞ୍ଚମୀ ନାମେ
ମାଘ ଶୁକ୍ଳ ପଞ୍ଚମୀରେ
ପୂଜା ପାଉ ଭବେ ।
ସାରଦା ବରଦା ମାଲୋ
ବାଗ୍ ଦେବୀ ଭାରତୀ
ତୋ ଆଶୀର୍ବାଦରୁ ଜନେ
ବିଦ୍ୟାବୁଦ୍ଧି ପ୍ରାପ୍ତ ହୋନ୍ତି ।
ମହାମୁର୍ଖ କାଳିଦାସ ପୂଜି
ମହା ପଣ୍ଡିତ ହେଲେ
ସରସ୍ୱତୀ ବିଦ୍ୟାଦାତ୍ରୀ
ତୁ ଅଟୁ ସଂସାରେ ।
ଛାତ୍ରଛାତ୍ରୀ ଙ୍କର ତୁ ତ
ଅତି ପ୍ରିୟ ମାତା
ତୋ ଆଶିଷ ବଳୁ ସର୍ବେ
ହୁଅନ୍ତି ଜଗତଜିତା ।
ପୁସ୍ତକ ଧାରିଣୀ ମାଲୋ
ଶ୍ବେତାମ୍ବରୀ ଜଗଦମ୍ମା
ଶୁଭାଶିଷ ଢାଳି ସଭିଙ୍କପରେ
ସୁଦୟା ରଖିଥା ମା ।
