ଶ୍ରୀକୃଷ୍ଣଙ୍କ ଅମୃତ ବାଣୀ ଗୀତା
ଶ୍ରୀକୃଷ୍ଣଙ୍କ ଅମୃତ ବାଣୀ ଗୀତା
ହେ ବାସୁଦେବ ତୁମେ ହେଲ ଜଗତରେ ଅବତାର
ଜଗତର ଗୁରୁ ରୂପେ ଶୁଣାଇ ଥିଲ
ଅମୃତ ବାଣୀ ତୁମର
ସଖା ଅର୍ଜୁନ ପାଇଁ ତୁମେ ସାରଥୀ ହୋଇଲ
ଦୁଇ ସେନା ମଧ୍ୟେ ରଥକୁ ରଖିଲ
ତୁମରି ସଖା ଯେବେ ମୋହିତ ହୋଇଲେ
ନିଜ ଆତ୍ମିୟ ଜନ ସାଥେ ଯୁଦ୍ଧ କରିବାକୁ ନ ଚାହିଁଲେ
ପ୍ରଥମ ଅଧ୍ୟାୟେ ଅର୍ଜୁନଙ୍କୁ ତୁମେ ବୁଝାଇଥିଲ
ଅର୍ଜୁନଙ୍କ ବିଷାଦ ଦେଖି ବିଷାଦ ଯୋଗ କହିଥିଲ
ଦ୍ଵିତୀୟରେ ଅଧ୍ୟାୟରେ ତୁମେ ଆତ୍ମ ଜ୍ଞାନ ଦେଇଥିଲ
ଆତ୍ମା ଅବିନାଶି ଅଗ୍ନି,ପବନ,ଶସ୍ତ୍ର ବି କିଛି କରି ପାରେନା ଜଣାଇ ଥିଲ
ସାଂଖ୍ୟ ଯୋଗ ମଧ୍ୟ୍ୟମରେ ଆତ୍ମାର
କଥା କହି ମୋହ କଲ ଦୂର
କହିଥିଲ ହେ, ଅର୍ଜୁନ ଶରୀର ବିନାଶି
ଆତ୍ମା ସତ୍ୟ, ନିତ୍ୟ,ଚୈତ୍ୟନ୍ୟ ଚିର
ସେ ହିଁ ଅମର
ତୃତୀୟ ଅଧ୍ୟାୟେ ତୁମେ କହି ଥିଲ
କର୍ମର କଥାକୁ ବୁଝାଇ
ଯେଉଁ କର୍ମ ଲୋକ ହିତ ପାଇଁ
କରିବ ସେ ଏକା ଯଜ୍ଞ ଅଟଇ
କର୍ମ କରିବାକୁ କର୍ମ ଯୋଗେ ତୁମେ
କହିଥିଲ
ସ୍ଵ ଧର୍ମ ନଛାଡି ବାକୁ ତୁମେ ବୁଝାଇଲ
ଯେବେ ଧର୍ମର ଗ୍ଲାନି ହୁଏ,ଅଧର୍ମ
ବଢ଼ି ଯାଏ
ତୁମ ଅବତାରେ ,ଦୁଷ୍ଟ ମରେ ସର୍ଜନ ଦୁଃଖରୁ ମୁକ୍ତି ପାଏ
ଜ୍ଞାନ ଯୋଗେ କହିଲ ତୁମେ ନିଅ
ଯୁଗେ ଯୁଗେ ଅବତାର
ଭକ୍ତଙ୍କ ପାଇଁ ଲୀଳା ଯେ ତୁମର
ପଞ୍ଚମ ଅଧ୍ୟାୟେ ତୁମେ କହିଲ ବୁଝାଇ
ଯେ ପ୍ରାଣୀ ପରୋପକରି , ଏକଗ୍ର ଚିତ୍ତ ସେଇ ମୁକତି ଲଭଇ
କର୍ମ ସନ୍ୟାସ ଯୋଗ ତୁମେ କହିଲ
ଅର୍ଜୁନଙ୍କ ସଂଶୟ ଦୂର କରିଲ
ଷଷ୍ଟ ଅଧ୍ୟାୟରେ ଧ୍ୟ୍ୟାନ ଯୋଗର
ବର୍ଣ୍ଣନା କରିଲ
କର୍ମ ଫଳ ଛାଡି କର୍ତ୍ତବ୍ୟ କରିବାକୁ
ଉପଦେଶ ଦେଇ ଥିଲ
ଚଞ୍ଚଳ ମନରେ ବୈରାଗ୍ୟ ଯେବେ ରଖିବ
ତୁମ ମନ ନିଶ୍ଚେ ସଂଯମେ ରହି ଯୋଗୀ ହେବ
ସପ୍ତମ ଅଧ୍ୟାୟରେ ତୁମେ ବୁଝାଇ
ଯେବେ କରିବୁ ମୋରି ଭଜନ
ମୋ ମାୟାରୁ ତରି ଯିବୁ ତୁହି
ଅଷ୍ଟମ ଅଧ୍ୟାୟରେ ଅକ୍ଷର ବ୍ରହ୍ମ କଥା
କହିଲ ସଖାଙ୍କୁ ତୁମର
ନିଜେ ନିଜକୁ ଜାଣିଲେ ତରି ଯିବୁ
ମାୟାର ସଂସାର
ନବମ ଅଧ୍ୟାୟରେ ତୁମେ କହିଲ ଅର୍ଜୁନଙ୍କୁ
ମାତା ରୂପେ ଉତ୍ପନ୍ନ କରଇ ମୁହିଁ,
ପିତା ହୋଇ ପାଳନ କରଇ,
ପୁଣି ମୁଁ ହିଁ ଧାତା ହୋଇ ଧାରଣ,
କରେ ଜଗତ ବାସୀଙ୍କୁ
ରାଜ ବିଦ୍ୟା ଯୋଗେ ତୁମେ କହିଲ
ପାର୍ଥଙ୍କୁ
ଯେ ପତ୍ର,ପୁଷ୍ପ, ଫଳ
ଯାହା ଦିଏ ଭକ୍ତି ଦେଖି ନିଅ
ଯେ ତାକୁ
ଦଶମ ଅଧ୍ୟାୟରେ ତୁମେ ପ୍ରଭୁ କହିଲ
ବୁଝାଇ
ତୁମେ ହିଁ ତ ଆଦିତ୍ୟ,ତୁମେ ବେଦ
ମଧେ ସାମବେଦ,ତୁମେ ହିଁ ଶଙ୍କର
ତୁମେ ସର୍ବ ରୂପ ତୁମର ତୁଳନା ନାହିଁ
ଏକାଦଶ ଅଧ୍ୟାୟରେ ଦେଖାଇଲ
ବିଶ୍ୱ ରୂପ ତୁମର
ତୁମ ବିରାଟ ରୂପ ଦେଖି ଥରିଲା
ଅର୍ଜୁନଙ୍କ ଶରୀର
ତୁମେ ସର୍ବ ରୂପ ହୋଇ ଦେଖାଦେଲ
ଅର୍ଜୁନଙ୍କୁ
ତୁମ ଦିବ୍ୟ ଦୃଷ୍ଟି ପାଇ ତୁମ ସଖା
ଜାଣିଲେ ତୁମକୁ
ଦ୍ଵାଦଶ ଅଧ୍ୟାୟରେ ଭକ୍ତ ମାନଙ୍କ
ଲକ୍ଷଣ କହିଲ ବୁଝାଇ
ଯେ ନିତ୍ୟ ସନ୍ତୁଷ୍ଟ ହୁଅଇ,ଯେ ବିକାର ମୁକ୍ତ,ଦୟାଳୁ,ପ୍ରେମୀ,ସୁଖ,ଦୁଃଖରେ ସମତା ରଖଇ ସେଇ ତ ତୁମ ପ୍ରିୟ
ଭକ୍ତ ଅଟଇ
ତ୍ରୋୟଦଶ ଅଧ୍ୟାୟରେ କହିଲେ
ବୁଝାଇ
ତୁମ ଶରୀର ଅଟେ କ୍ଷେତ୍ର ଆତ୍ମା ତାର କ୍ଷତ୍ରଜ୍ଞ ଅଟଇ
ଚତୁର୍ଦ୍ଦଶ ଅଧ୍ୟାୟରେ ତୁମେ କହିଥିଲ
ସତ୍ତ୍ଵ,ରଜ,ତମ ଗୁଣକୁ ବିସ୍ତାରି
କହିଲ
ପାଞ୍ଚଦଶ ଅଧ୍ୟାୟରେ ତୁମେ ସବୁଠି
ରହି ଅଛ କହିଥିଲ
ସବୁ ଇଦ୍ରିୟରେ ରହି ସବୁ କରୁ ଅଛ
ଜଣାଇଲ
ଷୋଡଶ ଅଧ୍ୟାୟରେ ପାର୍ଥଙ୍କୁ କହିଲ
କାମ,କ୍ରୋଧ,ଲୋଭ ଆସୁରି ପ୍ରକୃତି
ଛାଡିବାକୁ କହି ଥିଲ
ସପ୍ତଦଶ ଅଧ୍ୟାୟରେ କହିଲ ସଖାଙ୍କୁ
ତୁମର
ଶ୍ରଦ୍ଧାରେ ସବୁ କର୍ମ କଲେ ସଫଳ
ହେବ କାର୍ଯ୍ୟ ତୁମର
ଶ୍ରଦ୍ଧା ତ୍ରୟ ଯୋଗେ ଶ୍ରଦ୍ଧାକୁ ଜୀବନେ ରଖ କହିଲ
ସମର୍ପଣ ସାଥେ ଶ୍ରଦ୍ଧା ରଖିଲେ
ଧନ୍ୟ ହେବ ଜୀବନ ତୁମର
ଅଷ୍ଟାଦଶ ଅଧ୍ୟାୟରେ ତୁମେ କହିଲ
ଯିଏ ନିଜ କୂଳ, ଧର୍ମ ସବୁ ଛାଡି
କେବଳ ମୋ ଠାରେ ଶରଣ ପାଶେ
ମୁଁ ତାକୁ ସବୁ ପାପୁ ମୁକ୍ତି କରେ କହିଲ
ଶେଷେ ତୁମେ କହିଥିଲ ଯେଉଁଠି
କୃଷ୍ଣ ଅର୍ଜୁନ ଥିବେ
ସେଠି ବିଜୟ ନିଶ୍ଚୟ ମୋ ଭକ୍ତ
ଲଭିବେ
ଏ ରୂପେ କର୍ମ, ଜ୍ଞନ, ଭକ୍ତିର କଥା
ଅଠର ଅଧ୍ୟାୟରେ କହିଥିଲ
ଯୁଗ ଯୁଗ ପାଇଁ ଭକ୍ତଙ୍କୁ ମାର୍ଗ ଦେଖାଇଲ ।