ଶ୍ରୀଗଣେଶଙ୍କ ସ୍ବରୂପ
ଶ୍ରୀଗଣେଶଙ୍କ ସ୍ବରୂପ
ପ୍ରତି ଗଣ ମାନଙ୍କର ଈଶ ଅର୍ଥ
ପ୍ରଭୁ ଅଟନ୍ତି ସବୁରି
ଅଗ୍ର ପୂଜ୍ୟ ଭାବେ ରହିଛି ମାନ୍ୟତା
ଗଣପତି ସର୍ବୋପରି
ମାଙ୍ଗଳିକ କାର୍ଯ୍ୟ ଅବା ଆରାଧନା
ଅଗ୍ର ପୂଜ୍ୟ ହିଁ ଗଣେଶ
ଶରୀର ମାନବ ମସ୍ତକ ହସ୍ତୀ ର
ମୂଷିକ ବାହନ ପାଶ
ଶାସ୍ତ୍ର ଆଧାରିତ ତଥ୍ୟ ଅନୁଯାୟୀ
ଗଣେଶଙ୍କ ଅବତାର
ପ୍ରତି ଯୁଗେ ଭବ୍ୟ ଅବତାର ବହି
କୀର୍ତ୍ତି ରହିଛି ତହିଁର
ସତ୍ୟ ଯୁଗେ ଅବତାର ବିନାୟକ
ବାହନ ରୂପରେ ସିଂହ
ଦେବାନ୍ତକ ନରାନ୍ତକ ରାକ୍ଷସଙ୍କ
ନିଧନ ଥିଲା ନିର୍ଣ୍ଣୟ
ତ୍ରେତୟାରେ ଜନ୍ମି ଉମାଙ୍କ ଗର୍ଭରୁ
ଗଣେଶ ନାମ ବହନ
ଧଳା ରଙ୍ଗ ସହ ଛଅ ଭୁଜ ଆପେ
ମୟୂର ଥିଲା ବାହନ
ଗଜାନନ ନାମେ ହେଲେ ପରିଚିତ
ପୁଣି ଦ୍ଵାପର ଯୁଗରେ
ମହାଭାରତର ଲେଖକ ସାଜିଲେ
ବେଦବ୍ୟାସ ନିର୍ଦ୍ଦେଶରେ
କଳି କାଳେ ଧୁମ୍ର କେତୁ ଅବତାର
ଉଲ୍ଲେଖ ଅଛି ଶାସ୍ତ୍ରରେ
ପଞ୍ଚ ଦେବତାଙ୍କ ମଧ୍ୟରେ ଗଣେଶ
ଅଗ୍ର ପୂଜ୍ୟ ଭକ୍ତି ଭରେ
ଶ୍ରୀମନ୍ଦିରେ ଶ୍ରୀଗଣେଶଙ୍କ ସ୍ବରୂପ
ଅନୁମେୟ ସହଜରେ
ପଞ୍ଚ ଚାଳିଶି ଟି ଗଣେଶ ବିଗ୍ରହ
ବାହ୍ୟ ଭିତର ବେଢା଼ରେ
ବାହାରେ ତେଇଶି ଭିତରେ ବାଇଶି
ଗଣେଶଙ୍କର ବିଗ୍ରହ
ଅଗ୍ର ପୂଜ୍ୟ ଦେବ ଭାବେ ଗଣେଶଙ୍କ
ଯଥା ବିଧି ପୂଜନୀୟ
ବିଷ୍ଣୁଙ୍କର କଳ୍କୀ ଅବତାର ସମ
ଧୂମ୍ର କେତୁ ଗଣେଶଙ୍କ
ପୁରାଣ ବର୍ଣ୍ଣିତ ରହସ୍ୟ ଧାରାରେ
ଜୀବନ ହେଉ ସାର୍ଥକ
