Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ଶ୍ରୀ ଶ୍ରୀ ସଦଗୁରୁ ଦେବଙ୍କ ଚରଣବନ୍ଦନା

ଶ୍ରୀ ଶ୍ରୀ ସଦଗୁରୁ ଦେବଙ୍କ ଚରଣବନ୍ଦନା

1 min
207



ଶ୍ରୀଗୁରୁ ଚରଣ      ଶ୍ରୀପାଦେ ଶରଣ

    ପ୍ରଣାମ ଶ୍ରୀ ପଦ୍ମପାଦର ।

କିପରି ପୁଜିବି     କି ଭାବେ ଭଜିବି

ଅଜ୍ଞାନ ମୁଢ଼ ଏ ଶରୀର ।

ଶ୍ରୀଗୁରୁ ଚରଣ . ........।। ୧।।


ସତ୍ୱ ରଜ ତମ      ବ୍ରହ୍ମା ବିଷ୍ଣ ବେନି

    ଶଙ୍କର ମିଶାଇ ତିନିରୁପ ଘେନି ,

ଏକଭାବେ ତୁମେ     ତ୍ରି-ତାପ ନାଶକ

   ତିନି ତାପ ନାଶ ମୋହର ।

ଶ୍ରୀଗୁରୁ ଚରଣ. . . . . . . . I'l9|I


ଅଜ୍ଞାନ ଅନ୍ଧାରେ     ପଡିଅଛି ମୁହିଁ

  ଜ୍ଞାନ ନେତ୍ର ବାରେ ଦିଅହେ ଗୋସାଇଁ

କରୁଣା ବାରିଧି    ଆହେ ଗୁରୁ ଦେବ

ଏ ମାୟା ସଂସାରୁ ଉଦ୍ଧାର ।

ଶ୍ରୀଗୁରୁ ଚରଣ . . . . . . . . . II ୩॥


ସଂସାର ସାଗରେ     ଗୁରୁ ପଦ୍ମପାଦ

 ଭବ ପାରାବାରେ ଉଦ୍ଧାରେ ସେପାଦ,

କରୁଣା ଅପାର    ତାଙ୍କ ଶ୍ରୀପୟର

ମନମୋ ରହୁ ସେ ପୟର ।

ଶ୍ରୀଗୁରୁ ଚରଣ . . . . . . . . . II ୪।।


ଆହେ ଗୁରୁଦେବ     କେବେ କୃପା ହେବ

ଏ ଅଧମଜୀବ ଧରେ ପାଦତବ,

କୃପାନେତ୍ରେ ବାରେ ଚାହଁ ହେ ଶ୍ରୀଗୁରୁ

ହୋଇବ ଏ ଜୀବ ଉଦ୍ଧାର, I

ଶ୍ରୀଗୁରୁ ଚରଣ . . . . . . . . II ୫ । ।


ଜୟସଦ ଗୁରୁଦେବ ଭଗବାନ କୀ ଜୟ

ଜୟଶ୍ରୀ ରାଧେ


Rate this content
Log in