STORYMIRROR

Kalandi pal

Inspirational

3  

Kalandi pal

Inspirational

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
148


ପର୍ବତେ ପାର୍ବତୀ ନନ୍ଦନ ଗଣେଶ

ଗୁହାଦ୍ୱାର ଜଗିଥିଲେ ମାତାଦେଶ

ସୁଗୁଣ ସୁଢଳ, ଦିବ୍ୟ ବିଭୂଷଣ

ହେଲେ ଯୋଦ୍ଧl ଶ୍ରେଷ୍ଠ ବିଷ୍ଣୁଙ୍କର ଦାନ

     ବିଦ୍ୟାର ସାଗରେ ଯଶ ll


ବୀରପଣେ ଆଉ କିଏ ବା ସାମର୍ଥ

ଶିବଗଣେ ଯହୁଁ ଗଣିଲେ ପ୍ରମାଦ

ନନ୍ଦୀ ଭୃଙ୍ଗୀ କୋପେ, ଶିବଙ୍କ ସମୀପେ

ବଖାଣି କହିଲେ ସେ ଶିଶୁ ସାମର୍ଥେ

    ଶୁଣି କୋପିଲେ ମହେଶ ll


କୋପେ କୋପାନଳ ହେଲେ ତ୍ରିଲୋଚନ

ତ୍ରିନେତ୍ରରୁ ଅଗ୍ନି ସ୍ପୁରିଲା ତକ୍ଷଣ

ଗୁମ୍ଫା ଦ୍ୱାରେ ଦୃଷ୍ଟି, ଦେଲେ ମହାଜତି

ଦେଖିଲେ ବାଳକ ଧରିଅଛି ଜଷ୍ଟି

     ଜଗିଅଛି ଦ୍ୱାର ଦେଶ ll


ଆଡହୁଅ ଶିଶୁ ଯିବି ଏହିକ୍ଷଣେ

ଡାକନ୍ତି ପାର୍ବତୀ ସ୍ମରି ମନେ ମନେ

ନ ଛାଡିଲେ ପଥ, ପ୍ରଭୁ ଗଣନାଥ

ଖଣ୍ଡଯୁଦ୍ଧ୍ୟ କଲେ ପିତାଙ୍କ ସହିତ

     କୀର୍ତ୍ତିନାଶି କୀର୍ତ୍ତିବାସ ll


ଫେରିଲେ କୈଳାସ ପ୍ରଭୁ ତ୍ରିଲୋକେଶ

ବିଷ୍ଣୁ ସହାୟତେ ନାଶିଲେ ଗଣେଶ

ପାର୍ବତୀ ଧିକାର, ଶୁଣିଣ ଶଙ୍କର

ହସ୍ତୀ ମୁଣ୍ଡ ଯୋଡି ପ୍ରାଣର ସଂଚାର

    ଜାଗି ଉଠିଲେ ବିଘ୍ନେଶ ll

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational