ଶ୍ରୀ ଗଜାନନାୟ ନମଃ
ଶ୍ରୀ ଗଜାନନାୟ ନମଃ


ନାଥ ହେ ନାଥ ଆହେ ଗଣନାଥ,
ମୁହିଁ ଯେ ଅନାଥ ତୁମେ ମୋର ନାଥ l(0)
ଅଗତିର ଗତି ଆହେ ଗଣପତି,
ପଡିଛି ଦୁର୍ଗତି ଦିଅ ସଦଗତି l(1)
ମୂର୍ଖରେ ମୁଁ ମୂର୍ଖ, ଅଟେ ଗଣ୍ଠ ମୂର୍ଖ,
ମୂର୍ଖର ଦେବତା ତ୍ରାହି କର ଦୁଃଖ l(2)
ପୂର୍ବ ଜନମର, ପୂର୍ବ ତପସ୍ୟାର,
ପୂର୍ବ କର୍ମ ଫଳ ଭୋଗୁଛି ପୂର୍ବର l(3)
ବିଦ୍ୟା ଦିଅ ମୋତେ ବିଦ୍ୟାର ଦେବତା,
କିଛି ମାଗୁନାହିଁ ଆହେ ବିଦ୍ୟାଦାତା l(4)
ଶେଷ ମିନତି ମୋ ଶୁଣ ଶେଷ ଥର,
ଶେଷ କରୁଅଛି ଘେନ ମୋ ଜୁହାର l(5)