STORYMIRROR

Kadambari Mohakhud

Classics Children

4  

Kadambari Mohakhud

Classics Children

ଶ୍ରେଷ୍ଠ ଅବତାର

ଶ୍ରେଷ୍ଠ ଅବତାର

1 min
180


 

ମୋ ଜୀବନ ପଥ ନହେଉ ଅନ୍ଧାର 

ଜାଳି ଧରିଅଛୁ ଧର୍ଯ୍ୟ ସଳିତାର 

ଦଶ ମାସ ତୋ ଯନ୍ତ୍ରଣାର 

ଶିଶୁଟିଏ ଉଦରରେ ତୋ ଗର୍ଭର 

ଦଶ ମାସ ତୋ ଯନ୍ତ୍ରଣାର 

ଶିଶୁଟିଏ ଉଦରରେ ତୋ ଗର୍ଭର 

ତୋ ଠାରୁ ଅଧିକ କିଛି ନାହିଁ ମା 

ଏ ଦୁନିଆରେ ତୁ ଶ୍ରେଷ୍ଠ ଅବତାର.....

ତୋ ଠାରୁ ଅଧିକ କିଛି ନାହିଁ ମା 

ଏ ଦୁନିଆରେ ତୁ ଶ୍ରେଷ୍ଠ ଅବତାର ||

 

ପ୍ରଥମ ବକ୍ତା ତୁ, 

ଶ୍ରୋତା ଅଟୁ ସନ୍ତାନର 

ବିନା ସ୍ଵାର୍ଥେ ତୋ ସ୍ନେହ 

ଅଟେ.... ପ୍ରେମ ପ୍ରତୀକର

ମା ବିନା ନାହିଁ 

କିଛି ଅସ୍ତିତ୍ଵର ......

ମା ବିନା ନାହିଁ 

କିଛି ଅସ୍ତିତ୍ଵର....

ବିପଦରେ ସର୍ବଦା ସାଜିଛୁ 

ସର୍ବ ଶ୍ରେଷ୍ଠ ବୀର .......

ବିପଦରେ ସର୍ବଦା ସାଜିଛୁ ସର୍ବ ଶ୍ରେଷ୍ଠ ବୀର ||

 

ପୁରାଣରେ ଲେଖା 

ଅବା ଗୀତାର ସାର 

ବର୍ଣ୍ଣନାରେ ବର୍ଣ୍ଣିବକେ

ତୋ ଅସରନ୍ତି ଭାର 

ପ୍ରଥମ ସ୍ପର୍ଶ ତୁ , ପ୍ରଥମ ଡାକ 

ତୁ ଆଦି....... ତୁ ଜପ...... ତୁ ଅଟୁ ସନ୍ତାନର 

ତୁ ଆଦି....... ତୁ ଜପ...... 

ତୁ ଅଟୁ ସନ୍ତାନର 

ତୋ ଠାରୁ ଅଧିକ କିଛି ନାହିଁ ମା 

ଏ ଦୁନିଆରେ ତୁ ଶ୍ରେଷ୍ଠ ଅବତାର ....

ତୋ ଠାରୁ ଅଧିକ କିଛି ନାହିଁ ମା 

ଏ ଦୁନିଆରେ ତୁ ଶ୍ରେଷ୍ଠ ଅବତାର ||

 

ତୁ ଅମୃତ ର ଧାର,

 ତୋ କୋଳ ଶାନ୍ତି ପଲଙ୍କର.....

ତୁ ଅମୃତ ର ଧାର,

 ତୋ କୋଳ ଶାନ୍ତି ପଲଙ୍କର

ଦେହ ଅସୁସ୍ଥରେ ..... 

ପଡି ନାହିଁ କେବେ ପଲକ ତୋର 

ତୋ ଠାରୁ ଅଧିକ କିଛି ନାହିଁ ମା 

ଏ ଦୁନିଆରେ ତୁ ଶ୍ରେଷ୍ଠ ଅବତାର ||

 

ମା ....

ଆଜି ଶବ୍ଦ କୋଷରେ ମୁଁ 

ଶବ୍ଦ ପାଉନାହିଁ 

କିପରି ବର୍ଣ୍ଣନା କରିବି ତୋର ?

ଆଜି ଶବ୍ଦ କୋଷରେ ମୁ 

ଶବ୍ଦ ପାଉନାହିଁ 

କିପରି ବର୍ଣ୍ଣନା କରିବି ତୋର

ତୋ ଶବ୍ଦ ଠାରୁ....

 ଶବ୍ଦ କିଛି ନାହିଁ 

ଭାଷା ର ତୁ ଅଟୁ....

 ଶ୍ରେଷ୍ଠ ଅଳଙ୍କାର 

ଭାଷା ର ତୁ ଅଟୁ ଶ୍ରେଷ୍ଠ ଅଳଙ୍କାର ||

 

ମା 

ଏତିକି ଜାଣିଛି .....

ତୁ ଶ୍ରେଷ୍ଠ....

ତୁ ବୀର .....

ତୁ ସ୍ନେହର ଗଭୀର......

ତୁ ଶ୍ରେଷ୍ଠ,ତୁ ବୀର ,ସ୍ନେହର ଗଭୀର 

ମମତା ର ତୁ ଅସରନ୍ତି ଧାର 

କିଅବା ଲେଖିବି 

ମା ତୋ ଅର୍ଥ ର .....

  ତୋ ଠାରୁ ଅଧିକ କିଛି ନାହିଁ ମା 

ଏ ଦୁନିଆରେ ତୁ ଶ୍ରେଷ୍ଠ ଅବତାର 

 ତୋ ଠାରୁ ଅଧିକ କିଛି ନାହିଁ ମା 

ଏ ଦୁନିଆରେ ତୁ ଶ୍ରେଷ୍ଠ ଅବତାର 

ଏ ଦୁନିଆରେ ତୁ ଶ୍ରେଷ୍ଠ ଅବତାର .......

ଏ ଦୁନିଆରେ ତୁ ଶ୍ରେଷ୍ଠ ଅବତାର ||


Rate this content
Log in

Similar oriya poem from Classics