STORYMIRROR

Kunja Bihari Dalai

Comedy

4  

Kunja Bihari Dalai

Comedy

ଶରଧା ଘାଣ୍ଟ

ଶରଧା ଘାଣ୍ଟ

1 min
292

ଧଡି ଅଜା ଭୋଜି ଖାଇ ଯାଇଥିଲେ

ବେହେରା ଘରକୁ କାଲି ,

ସ୍ବାଦିଷ୍ଟ ବ୍ୟଞ୍ଜନ ଖାଇବାର ଲୋଭ 

ପାରିଲେ ନାହିଁ ସମ୍ଭାଳି। 


ଖାଉ ଖାଉ ଅଜା ବହେ ଖାଇଗଲେ

ତଣ୍ଟି ଯାଏଁ ଦେଲେ ଠେସି ,

ଖାଇବା ସ୍ଥାନରୁ ଉଠି ପାରିଲେନି 

ସେମିତି ଥାଆନ୍ତି ବସି ।


ହେଲା ରାତି ଅଧ ଯେତେବେଳ ଟିକେ 

ନିଃଶ୍ବାସ ମାରିଲେ ଭଲେ ,

ଅଣ୍ଡାଳି ଧରିଲେ ବଙ୍କୁଲୀ ବାଡ଼ିକୁ 

ଘର ଆଡେ ପାଦ ଚଳେ। 


ଖଳ ଖଳ ପୁଣି ଭୁଟ୍ ଭାଟ୍ ଶବ୍ଦ

ହେଉଛି ପେଟ ଭିତରେ ,

ମୋଡି ଦେଲା ପେଟ ଚାଲି ଅଣାୟତ୍ତ 

ବସିଲେ ରାସ୍ତା କଡ଼ରେ ।


ଅଜୀର୍ଣ୍ଣ ହାକୁଟି ହୋଇଲା ଉଦ୍ଗତ 

ଗନ୍ଧାଏ ଖଣ୍ଡ ମଣ୍ଡଳ ,

ଭଡ୍ ଭାଡ୍ ଫଟ୍ ଫଟ୍ ତାଳେ ତାଳେ

ଛତରି ପଡ଼ିଲା ମଳ ।


ପାଖ ପୋଖରୀରୁ ଶୌଚ ହୋଇ ଅଜା 

ଅଧା ଅଧି ହାମୁଡ଼େଇ ,

ଜାଣି ପାରିଲେନି ପହଞ୍ଚିଲେ କେବେ 

ଦାଣ୍ଡ ଅଗଣାରେ ଯାଇ। 


ଡିବିରିଟେ ଧରି ଅଗଣାରେ ଆଈ 

ଅଜାଙ୍କର ଅପେକ୍ଷାରେ ,

ହଠାତ ନଜର ପଡ଼ିଲା ଆଈର 

ଚାଲିଛନ୍ତି ଅଜା ଧୀରେ ।


ଆଗେ ଆଗେ ଅଜା ପଛେ ତାଙ୍କ ଆଈ 

ପଶନ୍ତି ଘର ଭିତର ,

ପ୍ରଶ୍ନ କଲା ଆଈ ଉଠାଉ ଥିଲକି 

ଅଇଁଠା ପତ୍ର ଭୋଜିର ।


ହସି ଦେଲେ ଅଜା ଢ଼ିଲା ହେଲା ଚାପ 

ଅଧା ଜୀର୍ଣ୍ଣ ଖାଦ୍ୟ ମଣ୍ଡ ,

ପଡେ ଯେବେ ତଳେ ଦେଖିବାକୁ ଆଈ 

ଝୁଙ୍କାଇଲା ନିଜ ମୁଣ୍ଡ ।


ଯାହା ସେ ଦେଖିଲା ମଳିନ ଆଲୋକେ 

ଭାବେ ଘାଣ୍ଟ ତରକାରି ,

ଶରଧାରେ ବୁଢା ଆଣିଛି ମୋପାଇଁ

ଲୁଗାରେ ଗଣ୍ଠୁଲି କରି ।


Rate this content
Log in

Similar oriya poem from Comedy