STORYMIRROR

Binodini Dash

Inspirational

4  

Binodini Dash

Inspirational

ଶ୍ରଦ୍ଧା

ଶ୍ରଦ୍ଧା

1 min
277


ପ୍ରକୃତି କୋଳରେ ଶ୍ରଦ୍ଧା ସୁମନରେ

ପ୍ରାଣୀ ହୁଏ ଅନୁବନ୍ଧିତ

ସେନେହ ଆଦର ଯତନରେ ବଡ଼

ପ୍ରାଣୀ ଜଗତର ମହତ୍ବ

ମାନବ ପାଇଁ

ଅଧିକ ଗୁରୁତ୍ବ ରଖଇ

ଶ୍ରଦ୍ଧା ବଳେ ଜଣେ ଭବ ରଙ୍ଗମଞ୍ଚେ

ହରଷରେ ଜୀଇଁ ରହଇ ।


ବିନା ଶ୍ରଦ୍ଧାରେ ଯେ ହୋଇଥାଏ ବଡ଼

ହୃଦୟ ତାହାର କଠିନ

ଏଥିପାଇଁ ସିଏ ଦାୟୀ କେବେ ନୁହେଁ

ଦାୟୀ ମାନବିକ ଦୁର୍ଗୁଣ

କେହି ଭାବ କି

ନିଜ ଅନ୍ତରକୁ ପଚାର

ଶରଧା ବାଣ୍ଟିବା ମଣିଷ ପଣିଆ

ନୁହେଁ କି ମାନବ ବିଚାର ?


ଶ୍ରଦ୍ଧା ବଳେ ଜଣେ ଜିଣଇ ହୃଦୟ

ହେଉ ପର ଅବା ଆପଣା

ଏହା ପରଶରେ ହୃଦୟୁ ହୃଦୟ

ଛୁଟି ପାରଇ ପ୍ରେମ ବନ୍ୟା

ଭିଜି ସେଥିରେ

ଗାଉଥିଲେ ମଧୁ-ସଙ୍ଗୀତ

ଆନନ୍ଦ ଜୁଆରେ ହୃଦ ହିଲ୍ଲୋଳିତ

ସାଜୁଥିବେ ସଭିଏଁ ମିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational