ଶ୍ରଦ୍ଧା
ଶ୍ରଦ୍ଧା
ପ୍ରକୃତି କୋଳରେ ଶ୍ରଦ୍ଧା ସୁମନରେ
ପ୍ରାଣୀ ହୁଏ ଅନୁବନ୍ଧିତ
ସେନେହ ଆଦର ଯତନରେ ବଡ଼
ପ୍ରାଣୀ ଜଗତର ମହତ୍ବ
ମାନବ ପାଇଁ
ଅଧିକ ଗୁରୁତ୍ବ ରଖଇ
ଶ୍ରଦ୍ଧା ବଳେ ଜଣେ ଭବ ରଙ୍ଗମଞ୍ଚେ
ହରଷରେ ଜୀଇଁ ରହଇ ।
ବିନା ଶ୍ରଦ୍ଧାରେ ଯେ ହୋଇଥାଏ ବଡ଼
ହୃଦୟ ତାହାର କଠିନ
ଏଥିପାଇଁ ସିଏ ଦାୟୀ କେବେ ନୁହେଁ
ଦାୟୀ ମାନବିକ ଦୁର୍ଗୁଣ
କେହି ଭାବ କି
ନିଜ ଅନ୍ତରକୁ ପଚାର
ଶରଧା ବାଣ୍ଟିବା ମଣିଷ ପଣିଆ
ନୁହେଁ କି ମାନବ ବିଚାର ?
ଶ୍ରଦ୍ଧା ବଳେ ଜଣେ ଜିଣଇ ହୃଦୟ
ହେଉ ପର ଅବା ଆପଣା
ଏହା ପରଶରେ ହୃଦୟୁ ହୃଦୟ
ଛୁଟି ପାରଇ ପ୍ରେମ ବନ୍ୟା
ଭିଜି ସେଥିରେ
ଗାଉଥିଲେ ମଧୁ-ସଙ୍ଗୀତ
ଆନନ୍ଦ ଜୁଆରେ ହୃଦ ହିଲ୍ଲୋଳିତ
ସାଜୁଥିବେ ସଭିଏଁ ମିତ ।
