STORYMIRROR

Baijayantimala Rout

Abstract

3  

Baijayantimala Rout

Abstract

ଶପଥ

ଶପଥ

1 min
11.7K

ହାତରେ ହାତକୁ ଛନ୍ଦି ଦେଇ ଆମେ

କରିବା ଶପଥ ଆଜି,

ଆମ ପୃଥିବୀକୁ ଆମେ ସୁଧାରିବା

ନିଜେ ନିଜେ ଯୋଦ୍ଧା ସାଜି ।

ଜଳ ବି ଦୂଷିତ ବାୟୁ ବି ଦୂଷିତ 

ଦୂଷିତ ଅଟେ ସମାଜ,

କିଛି ଶୁଦ୍ଧ ନାହିଁ ସବୁ ଯେ ଦୂଷିତ

କିସ କରିବାଟି ଆଜ ।

ବର୍ଷା ଦିନେ ଏଠି ହୁଏନାହିଁ ବର୍ଷା 

ଶୀତ ଦିନେ ନାହିଁ ଶୀତ ,

ହୁଉ ହୁଉ ହୋଇ ବଢୁଛି ଯେ ତାତି

ପାଏ ନାହିଁ ଆତ କାତ ।

ପଶୁପକ୍ଷୀ ସବୁ ଲୋପ ପାଇଲେଣି 

ନଥିବା ଯୋଗୁଁ ଜଙ୍ଗଲ ,

ମିଳୁନାହିଁ ଆଉ ନାନା ଜାତି ଫୁଲ 

ରଙ୍ଗ ବେରଙ୍ଗର ଫୁଲ ।

ଆସରେ ସଭିଏଁ ଶପଥ କରିବା 

ପରିବେଶ ରକ୍ଷା ଲାଗି ,

ରକ୍ଷା କରିବାଟି କୀଟ ପଶୁପକ୍ଷୀ 

ଗଛ ଲଗାଇବା ଦେଖି ।



Rate this content
Log in

Similar oriya poem from Abstract