Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy

2  

Jayashree Maharana

Tragedy

ଶପଥ

ଶପଥ

1 min
310


ନିଜ ରକ୍ତ ନିଜ ହସ୍ତେ ଦେଖିଦେଇ

କାନ୍ଦୁଅଛି ବୀର ପୁତ୍ର

କ୍ଷମା କରିଦେବୁ ମୋତେ ଲୋ ଜନନୀ

ଅସହାୟ ତୋର ସୁତ ।


ତୋର ରକ୍ଷା ପାଇଁ ସୀମାପରେ ମୁଁହିଁ

ଥିଲି ସଦା କାର୍ଯ୍ୟରତ

ଆତଙ୍କବାଦୀର କୂଟଚକ୍ରାନ୍ତରେ

ପ୍ରାଣ ମୋର ଜର୍ଜରିତ ।


କାପୁରୁଷ ପରି ରାତିଅଧେ ଆସି

ବୋମା କଲେ ନିକ୍ଷେପିତ

ଭାଇମାନେ ମୋର ଅନେକ ସଂଖ୍ୟାରେ

ହୋଇଲେଣି ମୃତାହତ ।


ରକ୍ତ ନୁହେଁ ମାଆ ଏ ତୋର ମମତା

ହୋଇନାହିଁ ଭୟଭୀତ

ହସିହସି ଆଜି ବିଦାୟ ନେଉଛି

କାନ୍ଦିବୁନି ମୋର ମାତ ।


ଜୀବନ ଦୀପ ମୋ' ଲିଭିବା ଆଗରୁ

ନେଉଅଛି ମା' ଶପଥ

ପୁଣି ଥରେ ତୋର କୋଳରେ ଜନମି

ରଖିବି ତୋର ମହତ ।



Rate this content
Log in

Similar oriya poem from Tragedy