ସହମତି
ସହମତି


ଜନଶ୍ରୁତି ଅବା କିମ୍ବଦନ୍ତୀ
ମହାନାୟକ ତୁମେ ମହାମତି
ତୁମ ଆଦେଶ ରହୁ ସମ୍ମତି
କିଏ ସେ ଭାବୁଛି କାହିଁ ଏମିତି
ସହସ୍ର କୋଟି ମହାଦାରୁଭୂତମୁରାରୀ
ତୁମକୁ କେ ପାରିବ, ଇଚ୍ଛା ତ ତୁମରି
ତୁମେ ଭକତର ଶକତି
ତୁମେ ପରମ୍ପରାର ସଂସ୍କୃତି
ତମେ ଇଚ୍ଛା କଲ ଯାହା ସବୁ
ହେଲା ସେମିତି
କି କରିପାରିବେ ଜନତା ଅବା ନରପତି
ସବୁ ଦେଖୁଥାଅ ଚକାଆଖି ଖୋଲି
କୋଉ ପାଣି ପବନ
ଯାଏ କୁଆଡେ ଆଜିକାଲି
ତମରି ହାତରେ ପୁଲି
ଭାବ ବିନୋଦିଆ ଭାବର ଠାକୁର
ସୃଷ୍ଟିକର୍ତ୍ତା ସଚରାଚର ଈଶ୍ୱର
ବିନା ତୁମ ସହମତି
କେମିତି ପାଳିବ ତୁମ ନିଜ ସଂସ୍କୃତି ସଂହତି
ଅବା ଅଭାବ ଭାବର ଦେଖି ମତିଗତି
କି ଅଛି ଆଗକୁ ଆଜ୍ଞା ହିଁ ଜାଣନ୍ତି.