Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sanhita mohanty

Inspirational

4.5  

sanhita mohanty

Inspirational

ଶକ୍ତି ସ୍ଵରୁପିଣୀ

ଶକ୍ତି ସ୍ଵରୁପିଣୀ

1 min
988



ନାରୀ ନାରାୟଣୀ

ଶକ୍ତି ସ୍ୱରୂପିଣୀ

ଇଶ୍ୱରଙ୍କ ଏକ ଅନବଦ୍ୟ ସୃଷ୍ଟି

ଏକ ସୁନ୍ଦର ସୃଜନୀ 

ବାସ୍ନାମୟ ସୁନ୍ଦର ଫୁଲଟିଏ ,

ଅନେକ ସମ୍ଭାବନାକୁ ସାଥିରେ ଧରି

ଅନେକ ସ୍ୱପ୍ନକୁ ସାକାର କରିବା ଆଶାରେ ,

ପାଦଥାପେ

ଏ ଅପୂର୍ବ ଆନନ୍ଦ ଭରା ସଂସାରରେ ।


ଯେଉଁଠି ପୂଜିତ ହୁଏ

କନ୍ୟାଟିଏ , ମାଆଟିଏ , ନାରୀଟିଏ

ସେଠାରେ ବିହାର କରନ୍ତି

ସ୍ୱର୍ଗର ଦେବତା ମାନେ ,

ନାରୀ ସାକ୍ଷାତ୍ ଲକ୍ଷ୍ମୀଟିଏ

ଶକ୍ତି ସ୍ୱରୂପିଣୀ

ସ୍ନେହମୟୀ , ଶକ୍ତି ଦାୟିନୀ

ସର୍ବଂସହା , ମଂଗଳକାରୀ

ସୁନ୍ଦର ପ୍ରତିମାଟିଏ

ସ୍ନେହ , ପ୍ରେମ , ଶ୍ରଦ୍ଧାର

ଏକ ଚିର ସ୍ରୋତା ନଦୀଟିଏ ।

    

ନାରୀ

ନୁହେଁ ଅବଳା , ଦୁର୍ବଳା

ଛୁଇଁଛି ଆକାଶ ସେ ମହାକାଶରେ ,

ସୁରକ୍ଷା ଦେଉଛି ସେ ଦେଶ ମାତୃକାକୁ ସୀମାରେ ରହି !


କେବେ ପୁଣି

ସେ ଫୁଲଠାରୁ କୋମଳ

ଜହ୍ନଠାରୁ କମନୀୟ

ଗଂଗାଠାରୁ ପବିତ୍ର

ଧୈର୍ଯ୍ୟ , ବିଶ୍ୱାସ , ଐଶର୍ଯ୍ୟ , ସମୃଦ୍ଧି ଓ କ୍ଷମାର

ଏକ ମୂର୍ତ୍ତୀମନ୍ତ ସ୍ୱରୂପ ।


ସେ ଲକ୍ଷ୍ମୀ , ଦୁର୍ଗା , ଶ୍ୟାମା , ଗୌରୀ , ସରସ୍ୱତୀ

ସେ ମହିଷା ମର୍ଦ୍ଦିନୀ ଦଶଭୂଜା ମାଆ ,

ପାପ ତାପ ସଂହାର କାରିଣୀ

ସେ ସୂର୍ଯ୍ୟ ଉଦୟକୁ ରୋକି ଦେଇଥିବା ମହାସତୀ ଅନସୂୟା ,

ଯମ ହାତରୁ ପତିଙ୍କୁ ଫେରାଇ ଆଣିଥିବା ମହାସତୀ ସାବିତ୍ରୀ ସେ ଇତିହାସର ଝାନସୀ ରାଣୀ ଲକ୍ଷ୍ମୀବାଇ ପରି ,

ମଦର ଟେରେସା ପରି ଜଗତ କଲ୍ୟାଣକାରୀ ,

ମୀରା ବାଇଙ୍କ ପରି ଭକ୍ତିର ସାଗର 

ସେ ପ୍ରେମମୟୀ ଦୁର୍ଗତୀ ନାଶିନୀ ମାଆ ।


ନାରୀ ହିଁ ନାରାୟଣୀ

ଜନକଲ୍ୟାଣୀ ମମତାମୟୀ ..

ଶେଷ ନାହିଁ ନାରୀର ମହନୀୟତା ଓ ପରାକାଷ୍ଠାର ,

ଯୁଗେ ଯୁଗେ ସବୁ ସମ୍ମାନର

ସର୍ବୋଚ୍ଚ ଅଧିକାରୀଣୀ ..

ସେ ଶକ୍ତି ସ୍ୱରୂପା ଇଶ୍ୱରୀ ।



Rate this content
Log in

Similar oriya poem from Inspirational