ଶିଶୁ
ଶିଶୁ
ପୃଥ୍ଵୀ ବଗିଚାରେ ଫୁଲକଢ଼ି ହୋଇ
ଶିଶୁଟିଏ ଫୁଟିଅଛି
ଶିକ୍ଷା ଦୀକ୍ଷା ବ୍ୟବହାର ଗ୍ରହଣରେ
ଭବିଷ୍ୟ ତା ମହକୁଛି ।
ଆଜିର ଶିଶୁ କାଲିର ନାଗରିକ
ଦେଶ ଯେ ତା ହାତେ ବନ୍ଧା
ବଡ଼ହୋଇ ଦିନେ କରଇ ଶାସନ
ନ୍ୟାୟ ହାତେ ହୋଇ ଛନ୍ଦା ।
ଜୀବନ ଯୁଦ୍ଧରେ ସଫଳତା କ୍ଷେତ୍ରେ
ସିଏ ଯେ ସାହସୀ ଯୋଦ୍ଧା
ଶିକ୍ଷକ ସୈନିକ ରାଷ୍ଟ୍ରର ରକ୍ଷକ
କେବେ ସିଏ ରାଜନେତା ।