STORYMIRROR

kahnu charan sahu

Abstract

4  

kahnu charan sahu

Abstract

ଶିଶୁ

ଶିଶୁ

1 min
214

ପୃଥ୍ଵୀ ବଗିଚାରେ ଫୁଲକଢ଼ି ହୋଇ

ଶିଶୁଟିଏ ଫୁଟିଅଛି

ଶିକ୍ଷା ଦୀକ୍ଷା ବ୍ୟବହାର ଗ୍ରହଣରେ

ଭବିଷ୍ୟ ତା ମହକୁଛି ।


ଆଜିର ଶିଶୁ କାଲିର ନାଗରିକ

ଦେଶ ଯେ ତା ହାତେ ବନ୍ଧା

ବଡ଼ହୋଇ ଦିନେ କରଇ ଶାସନ

ନ୍ୟାୟ ହାତେ ହୋଇ ଛନ୍ଦା ।


ଜୀବନ ଯୁଦ୍ଧରେ ସଫଳତା କ୍ଷେତ୍ରେ

ସିଏ ଯେ ସାହସୀ ଯୋଦ୍ଧା

ଶିକ୍ଷକ ସୈନିକ ରାଷ୍ଟ୍ରର ରକ୍ଷକ

କେବେ ସିଏ ରାଜନେତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract