Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Inspirational

4  

Tikeshwar Sahu

Inspirational

ଶିଶୁ

ଶିଶୁ

1 min
239


ଅନନ୍ତ ସତ୍ତାରୁ ଦିବ୍ୟ ଚେତନାରୁ ସୃଷ୍ଟି ହୁଏ ନବ ଶିଶୁ,       

ସରଳ ନିଷ୍ପାପ ହୃଦୟ କଳାପ ମନ ଅଗଣାରେ ହସୁ |୧|   


ଅମୃତ ସାଗର ବିନ୍ଦୁଟିଏ ଶିଶୁ ସଂସାର କ୍ଷେତ୍ରର ମଣି,            

ତାର ହସରୋଳେ ହସନ୍ତି ସକଳେ ଜଗତ ଅମୃତ ମଣି |୨|           


ଗୋଲାପ ଫୁଲର ମହକ ଶିଶୁଟି ପାଖୁଡ଼ା ଭଳି ସୁନ୍ଦର,       

ମୁଖ ହାସ କହେ ବଇକୁଣ୍ଠ ବହେ ଅନନ୍ତ ଯୁଗ ଯୁଗର |୩|      


ସତ୍ୟ ଅହିଂସାର ପ୍ରେମ ବସନ୍ତର ସରଳ କୋମଳ ମନ,

ଶିଶୁ ହସ ଦିଏ ପ୍ରଶାନ୍ତି ବୋଳାଏ ହୃଦୟ ନଳିନୀ ବନ |୪|     


କଅଁଳ ହାତରେ ପରଶଟି ଦେଲେ ଲାଗଇ ମଳୟ ବୋଲି,          

ଓଠର ହସରେ ଲାଖି ରହିଥାଏ ସମସ୍ତ ରଙ୍ଗର ଲାଲି |୫|   


ଜଗତର ସବୁ ରହସ୍ୟ ସୌନ୍ଦର୍ଯ୍ୟ ପୁରିଥାଏ ଶିଶୁ ଠାରେ ,      

ତାହାରି ପରଶେ ସୁଖପଦ୍ମ ଫୁଟେ ପରିବାର ଅଗଣାରେ |୬|              


ସବୁଠୁଁ ମଧୁର ମାଆ ଡାକଟିରେ ଅମୃତ ବୋଳାଇଥାଏ,       

ଥରେ ଡାକ ଦେଲେ ମାଆ ମାଆ ବୋଲି ସୁଖର ବରଷା ହୁଏ |୭|              


ମାଆ ପାଇଁ ଶିଶୁ ଦେବତା ସମାନ ହୃଦୟର ସିଂହାସନେ, 

ତାକୁ ଛୁଇଁଦେଲେ ଆନନ୍ଦ ପ୍ରାପତି ଧନ୍ୟ ମଣେ ଏହି ମନେ |୮|      


ବିଷୟା ବିଷର ଅମୃତ ସୁଷମା ପ୍ରିୟତମ ଶିଶୁମନ,           

ସୁଖର ପୁଲକ ହୃଦୟେ ଆଣଇ ଶିଶୁ ମୁହଁ ତନୁମନ |୯|       


ଜଗତ ଯାକର ସର୍ବଶ୍ରେଷ୍ଠ ସୃଷ୍ଟି ଶିଶୁ ଦୁନିଆଁର ପାଇଁ,      

ତାହାର ସୁରକ୍ଷା ଜୀବନର ରକ୍ଷା ଦୀକ୍ଷା ସମସ୍ତଙ୍କ ପାଇଁ |୧୦|   


Rate this content
Log in

Similar oriya poem from Inspirational