STORYMIRROR

Jambeswar Dalai

Tragedy

4  

Jambeswar Dalai

Tragedy

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
222

କାନ୍ଧରେ ନାହିଁ ତ

ବସ୍ତାନୀର ବୋଝ

        ନାହିଁ ତା'ର ପାଠ ଚିନ୍ତା

ସକାଳ ପାଇଲେ

ପେଟ ପାଇଁ ଦାନା

       କାମ ତା'ପାଇଁ ସାଇତା ।


କେବେ ମାଜୁଥାଏ

ଅଇଁଠା ବାସନ

       କେବେ ଘର କାମ କରେ

ଠିକାଦାର ପାଖେ

ଠିକା ଶ୍ରମିକ ତ

       କେବେତ ଇଟାଭାଟିରେ ।


କଅଁଳ ବୟସ

ନିର୍ମଳ ହୃଦୟ

        ନାହିଁ ତ କୁଟ କପଟ

କେଉଁଠା ତା' ପାଇଁ

ଭୁଲ ଅବା ଠିକ

        ଦିଶେ ନାହିଁ ବୁଦ୍ଧି ବାଟ ।


କେବଳ ଜାଣିଛି

ପରିବାର ବୋଝ

       ତା' କାନ୍ଧେ ହୋଇଛି ଲଦା

ବଢୁଛି ଦୁର୍ଦ୍ଦଶା

ସହୁଛି କଷଣ

       ଅଶ୍ରୁ ଜଳେ ସବୁ ଓଦା ।


କଲମ ଧରିବା 

ବୟସରେ ଏବେ

       ଧରୁଛି କୋଡି ଶାବଳ

ଖାଦ୍ୟ ଅଭାବରେ

ଅପପୃଷ୍ଟି ରୋଗ 

      ଶରୀର କରେ ଦୁର୍ବଳ ।


ପଛରୁ ଗୋଇଠା

କେତେ ଯେ ଖାଇଛି

        ବୋଝ ନ ସମ୍ଭାଳି ପାରି

ପଡି ଉଠି କରି

କାମ କରେ ପୁଣି

        ଜୀବନ ଲଗାଇ ବାଜି ।


କଳ କାରଖାନା

ବିପଦ ଜନକ

       ଶିଶୁ ଶ୍ରମିକଙ୍କ ପାଇଁ

ନିଷ୍ପାପ ଜୀବନ 

ଅକାଳେ ଯାଉଛି

       ପେଟ ଚାଖଣ୍ଡକ ପାଇଁ ।


କାହାକୁ କହିବୁ

କିଏ ବା ଶୁଣିବ

       ସ୍ବାର୍ଥପର ସବୁ ଏଠି

ଯେଉଁ ହାକିମଟି

ଆଇନ୍ କରିଛି

      ତା' ଘରେ ଖଟେ ଶିଶୁଟି ।


ସଚେତନତାର

ଅଭାବ ରହିଛି

       ହଜିଛି ମାନବିକତା

ଆଇନ୍ ରହିଛି

ନାଲି ଫିତାତଳେ

       ନାହିଁ ତ ଆନ୍ତରିକତା ।


ଦରିଦ୍ରତା ତାକୁ

ଉପହାସ କରେ

       ଛଡାଇ ତା' ଅଧିକାର

ଘୋର ସଙ୍କଟରୁ

ଉଧାରିବା ପାଇଁ

       ନାହିଁ କ'ଣ ପ୍ରତିକାର ।


ସମାଜ ଭିତରେ

ନିଷ୍ପାପ ଶିଶୁଟି

       ଛୋଟ ଫୁଲ କଢିଟିଏ

ଫୁଟିବା ଆଗରୁ

ଝଡି ଯାଉଅଛି

        ଏଥିପାଇଁ ଦାୟୀ କିଏ ?

ଶିକ୍ଷକ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ମିନାପାଇ, ଲକ୍ଷ୍ମୀପୁର, କୋରାପୁଟ

ବାସସ୍ଥାନ- ତନ୍ତକେରା, ବ୍ରହ୍ମଗିରି, ପୁରୀ

ମୋ - ୯୨୩8୫୪୨୪୭୮, ୭୭୩୫୭୪୪୭୫୫


Rate this content
Log in

Similar oriya poem from Tragedy