STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ଶିଶୁ ଓ କରୋନା

ଶିଶୁ ଓ କରୋନା

1 min
183

ଜାଣୁନା ଆମେ ଶିଶୁ

ଈଶ୍ୱର ଆଲ୍ଲା ଦେବତା ଦିଅଁ 

ଈସାହୀ ପ୍ରଭୁ ଯୀଶୁ

ଜାଣିଛୁ ଆମେ କିଣିବୁ ମନ

ମୁରୁକି ହସୁହସୁ 

ଶିଶୁ ଆମେରେ ଶିଶୁ ।


କଅଁଳ ଆମ ଦେହକୁ ଏବେ

କରୋନା କରେ କୋପ

ବାଟ ଚାହିଁଛି ଗ୍ରାସିବା ପାଇଁ

ତାହାରି ନୂଆ ରୂପ

ଆମେ ଚାହିଁଲେ ସତର୍କ ହେଲେ

ତଡିବୁ ତାକୁ ଦେଶୁ 

ଶିଶୁ ଆମେରେ ଶିଶୁ ।


ବାରବାରତ ଧୋଇବା ହାତ

ମାକ୍ସ ପିନ୍ଧିବା ନିତି

ଖେଳିବା ପାଇଁ ଖେଳ ପଡିଆ

ମନା ତ ଏବେ ସାଥୀ

ହାତ ପାଦକୁ କୁ କରିବା ସଫା

ବାହାରୁ ଆସୁଆସୁ 

ଶିଶୁ ଆମେରେ ଶିଶୁ ।


କରୋନା ଡରେ ସ୍କୁଲ ଦୁଆର

ଆମକୁ ହେଲା ମନା

ଅନ୍ ଲାଇନରେ ପଢୁଛୁ ପାଠ

ଲାଗୁନି ମନ ସିନା

ମନକୁ ଆମେ ବୁଝେଇ ଦେଇ

ପାଠ ବହିକୁ ଘୋଷୁ 

ଶିଶୁ ଆମେରେ ଶିଶୁ ।



Rate this content
Log in

Similar oriya poem from Children