STORYMIRROR

Pranati Jena

Children

3  

Pranati Jena

Children

ଶିଶୁ ଆମେ ମହାନ

ଶିଶୁ ଆମେ ମହାନ

2 mins
214

ଅନୁଭବ ଆମେ କରିବା

ପାଠ ପଢି ଆମେ ଜିତିବା ll

ଆମ ଦେଶ ଆମେ ଗଢିବା

ନାଆଁ ଆମ ଦେଶେ ରଖିବା ll

ଇଶ୍ୱର ଙ୍କୁ ଆମେ ମାନିବା

ଭଲ ମଣିଷ ଟେ ହୋଇବା ll

ଉଜ୍ଜଳ ଭବିଷ୍ୟ ଆମର

ଗରବ ନ ଥିବ ମନ ର ll

ଋତୁ ପରି ଏଇ ଜୀବନ

ଦୁଃଖ, ସୁଖ ନୁହେଁ କାରଣ ll

ଏଇ ଜୀବନରେ ଅମୃତ

ନ ହେବା କେବେ ହିଁ ବିଷାଦ ll

ଐଶ୍ଵଯ୍ୟ ଆମର ଚରିତ୍ର

ରଖିବା ତା ମାନ ମହତ ll

ଓଠେ ଦେବା ଆମେ ହସ ରେ

ବିନୟ ଭାବନା ବହିରେ ll

ଔକାତ ନ ଥିବ ଶତ୍ରୁର

ବୀର ଆମେ ଏଇ ଦେଶର ll

କଷଣ ନ ଦେବା କାହାରେ

ଦେଶ ଭବିଷ୍ୟତ ଆମେରେ ll

ଖଳ ଲୋକ ଠାରୁ ଦୁରେଇ

ଭଲ କାମେ ମନ ଲଗାଇ ll

ଗର୍ବ, ହିଂସା, ଦ୍ୱେଷ ତେଜିବା

ଜୀବନ କୁ ଆମେ ବୁଝିବା ll

ଘର ଆମ ଅଟେ ମନ୍ଦିର

କାହାର ନ ଲାଗୁ ନଜର ll

ଚମକ ଆମେ ଏ ଦେଶ ର

ଗାନ୍ଧୀ, ଗୋପବନ୍ଧୁ ଶିକ୍ଷାର ll

ଛଳ, କପଟ ଠୁ ଦୁରେଇ

ଗରିବୀ କୁ ଦେବା ହଟାଇ ll

ଜନ ମାନସରେ ଏ ବାର୍ତ୍ତା

 ଟାଣ ପଣ ହୃଦୟେ ସଦା ll

ଝଡ଼ ଯେତେ ଆସୁ ଜୀବନେ

ସାହସ ରଖିବା ପରାଣେ ll

ଟଗର ର ଶୁଭ୍ର ଚେତନା

ବାର୍ତ୍ତା ଆମ ଆଣେ ପ୍ରେରଣା ll

ଠକ କେବେ ପାଠେ ନୋହିବା

ପରିଶ୍ରମ ଫଳ ପାଇବା ll

ଡରିବାନି କେବେ ଜୀବନେ

କର୍ମ ମୂଲ୍ୟବାନ ପରାଣେ ll

ଢଳ, ଢଳ ଏଇ ଜୀବନ

କା ଦୁଃଖେ ନ ହେବା କାରଣ ll

ତର, ତର ଭାବ ନ ଆଣି

ବୁଝି, ବିଚାରି କର୍ମ ଫୁଣି ll

ଥକିବା ନାହିଁ ଏ ଜୀବନେ

ବିଶ୍ୱାସ ରଖିବା ଏ ମନେ ll

ଦରିଦ୍ରର ସେବା କରିବା

ନାରାୟଣ ବୋଲି ଭାବିବା ll

ଧିର ପାଣି ସଦା ହୋଇବା

ଅମୃତ ବଚନ କହିବା ll

ନ ବୁଝି କା ମନେ ଦୁଃଖ ରେ

ଜୀବନେ ଆଣଇ କଷ୍ଟ ରେ ll

ପର ଉପକାର କରିବା

ଇଶ୍ୱର ଙ୍କ ସେବା ଭାବିବା ll

ଫଳ ଆଶା ନ ରଖି ମନେ

ଉତ୍ତମ ଆଦର୍ଶ ପରାଣେ ll

ବଡ଼ ଆଶା ଥାଉ ହୃଦରେ

ଦେଶ ପାଇଁ ହେବା ବ୍ରତୀରେ ll

ଭାବନା ଉତ୍ତମ ଯାହାର

କଷଣ ନ ରୁହେ ତାହାର ll

ମଙ୍ଗଳ ମୟ ଭଗବାନ

ରଖିବା ସଦା ଲୟ ଜାଣ ll

ଯଶ ଏ ଦେଶ ର ରଖିବା

ଶତ୍ରୁ ପାଇଁ ଆମେ ଲଢ଼ିବା ll

ରାତି ପରେ ଦିନ ଆସିବ

 ସୁକର୍ମ କାରଣ ହୋଇବ ll

ହରି ନେବା ଦୁଃଖି କଷଣ

ଜୀବନରେ କରି ଭୂଷଣ ll

କ୍ଷମା ଅଟେ ବଡ଼ ମହାନ

କ୍ଷମା ନମ୍ର କରେ ପରାଣ ll

ୟା ଧ୍ୟାନ ଯାହାର ହୃଦୟେ

 ହାରିବା ଶବ୍ଦ ଟି ନ ଥାଏ ll

ଲକ୍ଷ୍ୟ ରଖିଥିବା ପାଠରେ

ବିଦ୍ୟା ଅଟେ ମହା ଧନ ରେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children