Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Radhamohan Pujahari

Fantasy

3.3  

Radhamohan Pujahari

Fantasy

"ଶିକ୍ଷକ ଓ ନିଶ"

"ଶିକ୍ଷକ ଓ ନିଶ"

1 min
155


ଲକ୍ ଡାଉନ୍ ରେ ଘରେ ବସିରହି 

କରିଥାନ୍ତି ଅବା କିସ,

ଭାବିଲି ମନ ରେ ଏଇଥର ଟିକେ 

ବଢ଼ାଇବା ଦାଢ଼ି ନିଶ ।


ଏଥିପାଇଁ କେତେ ଶ୍ରମ ଯେ କରିଛି 

ବୁଝିବେନି କେବେ କେହି,

ରଖିଥିବ ଯିଏ ଜତନେ ଏହାକୁ 

ମଜା ପାଇଥିବ ସେହି ।


ନିଶ ଦେଖି ମୋର କିଛି ଲୋକ ମୋତେ

କହିଥିଲେ କେତେ କଥା,

ଶିକ୍ଷକ ହୋଇକି ନିଶ ତୁ ରଖିଲେ 

ସମାଜେ ନଇଁବ ମଥା । 


ନିଶ ସଙ୍ଗେ ମୋର ଶିକ୍ଷା ର ସମ୍ପର୍କ 

ଯୋଡୁଛନ୍ତି ଯେଉଁମାନେ,

ତାଙ୍କଠାରୁ ବଡ଼ ମୂର୍ଖ କେହି ନାହିଁ 

ଜାଣିଥାନ୍ତୁ ସେହିମାନେ ।


କବୀର କହିଲେ ସାଧୁ ବ୍ୟକ୍ତିଙ୍କର 

ଜାତି କି କରିବ ଜାଣି, 

ଖୋଳପା କୁ ଛାଡ଼ି ଖଡ୍ଗ ଧାର ଦେଖ 

କେତେ ସେ ପାରୁଛି ହାଣି ।


କାହାରି ଜୀବନେ ହସ୍ତକ୍ଷେପ କେବେ 

କରିବନି ଭାଈ କାହିଁ, 

କେଉଁ ଶାସ୍ତ୍ରେ ଏହା ଲେଖା ଅଛି ବନ୍ଧୁ

ଶିକ୍ଷକ ନିଶ ଧରିବେ ନାହିଁ ?


କାହା କଥା ଶୁଣି ଭାଙ୍ଗି ପଡ଼ିବନି 

ଯିବ ନାହିଁ କେବେ ରୁଷି, 

ନିଶ ମୋଡ଼ି ଏବେ ଜଣାଇ ଦେଉଛି 

ଏଇଟା ବି ଗୋଟେ ଖୁସି ।


Rate this content
Log in

Similar oriya poem from Fantasy