STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ଶୀତ"

"ଶୀତ"

1 min
107

କୁହୁଡି ଆଡେଇ

ସିନ୍ଦୁରା ଫଟେଇ

ଡଙ୍ଗର ସେପାଖୁ

ଆସିଥିଲା ଯେବେ ଶୀତ,

ମୋ"ଗାଆଁ ଦାଣ୍ଡରେ

ଲଙ୍ଗଳା ପିଲାଏ

ଫୁଙ୍ଗୁଳା ଦେହରେ

ନାଚୁଥିଲେ ଗାଇ ଗୀତ

ରାଗିଯାଇ ଶୀତ

ପିଲାଙ୍କ ଦେହରେ

ଦେଇଥିଲା ଯେବେ

ଶୀତଳ ପହିଲି ଛୁଆଁ,

ଶୀତ'କୁ ଡରେଇ

ନିଆଁ ଜାଳିଦେଇ

ମନ ଆନନ୍ଦରେ

ପିଲାଏ ମାରିଲେ ଡିଆଁ


Rate this content
Log in

Similar oriya poem from Abstract