STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଶୀତ ସନ୍ଧ୍ୟାର ଭ୍ରମଣ

ଶୀତ ସନ୍ଧ୍ୟାର ଭ୍ରମଣ

1 min
1.1K

ସେଦିନ ସନ୍ଧ୍ୟାରେ, ଶୀତ ପଡୁଥିଲା ଯେବେ 

ବାହାରିଲି ନଈପଠା, ଝାଉଁବଣ ସେବେ  ।

ମତେ କେ ରହି ରହି କହିଲା 

ଶୀତର ଆସରରେ ମିତଣୀ ନଯା ବାରେ 

ପାଗ ହୋଇଛି ଭାରି କୋହଲା 

ଶୁଣିବି ମୁଁ କାହାକୁ, ମନ ନା ବିବେକକୁ 

ଯାଇ ପହଂଚିଲି ନଈପଠାରେ 

ସୁଲୁସୁଲିଆ ବାଆ ଥଣ୍ଡା ରେ କୋହଲିଆ 

ସପନ କହେ କାନେ, ଦେଖି ପାରିବୁନି ଦିନେ,ଫେରିଯା

ନଈପଠାରେ ବସି ଅତୀତକୁ ସାଉଁଟି 

ଭାବିଲି ଯିବି ସ୍ୱପ୍ନେ ହଜି, ହେଲେ ଶୀତରେ ଭିଜି 

ଫେରିଲି ଝାଉଁବଣ ଭିତରେ 

ଶୀତରେ ଥିରି ଥିରି ପତ୍ର ଗହଳେ ଭରି 

ପକ୍ଷୀ ଟା ନାହିଁ ନାହିଁ କହିଲା 

ସ୍ୱର ଦେଇ ମିଠାସ୍ବରେ ଗାଇଲା 

ଫେରିଯା ଫେରିଯା କାନେ ଶୁଭିଲା 

ଶୀତ ସନ୍ଧ୍ୟାର ବୁଲା ନୋହିଲା 

ହାଏ, ଭାବୁଛି ଶୀତ ମନ ମୋହିଲା 

ଘରକୁ ଫେରିବାକୁ ମନ ନଥିଲା l


साहित्याला गुण द्या
लॉग इन

Similar oriya poem from Abstract