ଶୀତ ସକାଳର କଥା
ଶୀତ ସକାଳର କଥା
ଶୀତ ସକାଳର କାକର ବିନ୍ଦୁଟେ
ଲାଗିଥିଲା ତୁମ ମୁହେଁ
ମୁକୁତା ପରି ସେ ଚମକୁଥିଲା ଗୋ
ନିଆଁ ଲାଗିଗଲା ଦେହେ I
ସ୍ମୃତି ହୋଉଗଲା ରାତିର ଶେଫାଳୀ
ତୁମେ ହେଲ ବର୍ତ୍ତମାନ
ତୁମକୁ ଯେବେଳେ ଦେଖିଦେଲି ସଖୀ
ଛଳ ଛଳ ହେଲା ମନ I
ତୁମରି ମହକେ ମହକି ଉଠିଲା
ହୃଦୟର ପ୍ରତି କୋଣ
ତୁମରି ହସରେ ହସିଲା ସକାଳ
ଶୁଭିଗଲା ବଂଶୀ ସ୍ୱନ I
ତୁମରି ଭିତରେ ହଜିଗଲି ସଖୀ
ଭିଜିଗଲି ତୁମ ପ୍ରେମେ
ଆଜିର ଶୀତୁଆ ସକାଳକୁ ସଖୀ
ଲେଖିଦେଲି ତୁମ ନାମେ ।