ଶୀତ ସକାଳ
ଶୀତ ସକାଳ
ଏଇ ଶୀତ ସକାଳ
ମୃଦୁ ମଳୟର ସମୟ,
ସୁନେଲି ସୂର୍ଯ୍ୟ କିରଣର ସମୟ
ଭେଣ୍ଡିଆଙ୍କୁ ସୁହାଇଲା ଭଳି ସମୟ।
ଦଳ ହେଇ ଦୌଡ଼ିବାର ସମୟ
କସରତ କରିବାର ସମୟ,
ମେଦଗ୍ରସ୍ତଙ୍କ ମର୍ଣ୍ଣିଙ୍ଗ ୱାକ୍ ର ସମୟ
ସୁନ୍ଦରୀ ରମଣୀଙ୍କ ପ୍ରାତଃଭ୍ରମଣର ସମୟ।
ତଥାପି କିଛି ରହିଯାଇଛନ୍ତି ଏ ଯୁଗରେ
କୁମ୍ଭକର୍ଣ୍ଣର ବଂଶଧର,
ଖରାଦିନେ ନଅଟାରେ ବିଛଣା ଛାଡୁଥିବା
ଆଳସ୍ୟର ରାଜକୁମାର।
ସେମାନଙ୍କ ପାଇଁ ଏଇ ଶୀତ ସକାଳ
ଘୋର ନିଦ୍ରାର ସମୟ,
ଘନ ଅନ୍ଧକାରର ସମୟ
କୁହୁଡି କାକରର ସମୟ।
ହାଡଭଙ୍ଗା ଶୀତର ସମୟ
ଶୋଇବାକୁ ଉପଯୁକ୍ତ ସମୟ,
ଥଣ୍ଡା ଓ ସର୍ଦ୍ଦି ଧରିବାର ସମୟ
ରାସ୍ତାଘାଟ ନଦିଶିବାର ସମୟ।
