Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Inspirational Others

4  

ABADHOOT PANDA

Inspirational Others

ଶୀତ କଲା ହିତ

ଶୀତ କଲା ହିତ

2 mins
264



ଶୀତର ଗୋଧୂଳି ବେଳାରେ ଆଉ କୁହୁଡ଼ି 

ଘେରରେ ଫେରୁଥିଲି ଦିନେ ଏକୁଟିଆ

ମୋ ମଟର ସାଇକେଲରେ ଦୃଶ୍ୟ କରି

ଉପଭୋଗ ଶିମିଳି ବନାନୀର l


ସହସା ହେଲା ମୋର ଦୃଷ୍ଟି ଆକର୍ଷିତ

ଏକ ବଟ ବୃକ୍ଷ ମୂଳକୁ ଯହିଁ ଏକ ଉର୍ବଶୀ

ସମ ତରୁଣୀର ଆର୍ତ୍ତ ଆହ୍ୱାନ କରୁଥିଲା

ଉଦବେଳିତ ସ୍ଥିର ଚିତ୍ତ ମୋହର l


ଭରା ଯୌବନେ ଆଦ୍ୟ ରାଜସେବାର

ଉନ୍ମାଦନା ସନ୍ଦିଗ୍ଧ କରୁଥିଲା ମୋ ମନକୁ

ଏକ ଦ୍ୱନ୍ଦ୍ୱଭରା ତାରୁଣ୍ୟ ଅଭିଳାଷର

ଭୃକୁଞ୍ଚନ ତରଙ୍ଗାୟିତ ଶୃଙ୍ଗାର ସାଗରର l


ଆଗେଇଗଲି ମୁହଁ ଗାଡ଼ି ରଖି ଅନତିଦୂରେ

ଆଉ ପଚାରିଲି,କାହିଁକି ହେଇଛ ଠିଆ ମାମ୍

ଏହି ଶୁନ୍ ଶାନ୍ ଅରଣ୍ୟ ଜନପଦେ ଏକଲା,

କି ସାହାଯ୍ୟ ଆପଣଙ୍କ ଦରକାର?


ମୁହଁ ଅନ୍ଧାର କ୍ଷୀଣ ଆଲୋକେ ଲିପିସ୍ଟିକ୍

ବୋଳା ଓଠରୁ ଫୁଟାଇ ଇସତ୍ ହାସ୍ୟରେଖା

ଭାଷିଲେ ତରୁଣୀ, ଧନ୍ୟବାଦ ଶତ କରୁଛି

ଜ୍ଞାପନ ପାଖରେ ପାଇ ସାନ୍ନିଧ୍ୟ ଆପଣଙ୍କର l


ଆସୁଥିଲି ମୁହିଁ ମୋର ସଂସାରସାଥୀ ସାଥେ

କର୍ମସ୍ଥଳୀରୁ ଏକ ଘରମୁହାଁ ଗାଭି ସଦୃଶ

ମାତ୍ର କପାଳ ହେଲା ବାମ ସମାପ୍ତ ହେଲା

ଗାଡ଼ିର ଇନ୍ଧନ ଗ୍ରାସକଲା ବହ୍ନି ହତାଶର l


ପାଖ ବଜାର ଦୂର ଦୁଇ କିଲୋମିଟର

ହାତେ ଧରି ଗାଡ଼ି ଗଡ଼େଇ ଗଡ଼େଇ

ପେଟ୍ରୋଲ ଟାଙ୍କି ଅନ୍ୱେଷଣେ ନକରି

ବିଳମ୍ବ ଭରିବାକୁ ଇନ୍ଧନ ଦୁଇ ଲିଟର l


କାରଣଟା ବଡ଼ ସଙ୍ଗୀନ ଏକ ମାତ୍ର ଶିଶୁ

କନ୍ୟା ମୋର କିଶୋରୀ,କରୋନା ଆକ୍ରାନ୍ତ

ଗୃହେ ଶଯ୍ୟାଶାୟୀ, ଖୋଜୁଥିବ ବ୍ୟାକୁଳେ

ଅତି ହୋଇଣ ମାତୃଅମୀୟହସ୍ତସ୍ପର୍ଶ-କାତର l


ଗିର ନହେଉଣୁ ଶେଷ ଅପରିଚିତାଙ୍କ,ଷଷ୍ଠ

ଇନ୍ଦ୍ରିୟ ହେଲା ମୋ ଚଳତ୍ ଚଞ୍ଚଳ ବୁହାଇ

ସମ୍ବେଦନଶୀଳ ଅଶ୍ରୁଧାର ନୟନଯୁଗଳୁ,

ବିବେକର ତାଡ଼ନା ମୋର ହେଲା ଅସମ୍ଭାଳ l


କୁହୁଡ଼ିଆ ଶୀତଥରା ଓଷ୍ଠରୁ ମୋହର ହେଲା

ଉଦ୍ଗୀରଣ ଆଶ୍ୱାସନା ବାଣୀ," ଚାଲନ୍ତୁ ଆଜ୍ଞା

ମୋ ସାଥେ,କରି ଆସନ ଗ୍ରହଣ ମୋ 

ଗାଡ଼ିରେ ପହଞ୍ଚାଇବି ଆପଣଙ୍କ ଗୃହେ ସତ୍ୱର l


ରାଜି ହେଲେ ତରୁଣୀ ଘରଣୀ ପ୍ରତୀକ୍ଷା ନକରି

ଜୀବନସାଥୀଙ୍କ ଆଗମନ,ଝପଟି କଲେ

ଆସନ ଅଳଙ୍କୃତ,ଢାଙ୍କି ପଶମ ପୋଷାକ

କମ୍ପଟେ ସ୍ୱଗାତ୍ର ଧରି ପଛପଟ ମୋ କୋଟର l


ପଚାରିଲି କେତେ ବାଟ ଆଉ ଆପଣଙ୍କ ଘର

ପାଞ୍ଚ କିଲୋମିଟର ବୋଲି ଦେଲେ ସେ ଉତ୍ତର

ଶୀତବାଷ୍ପରୁଦ୍ଧ କଣ୍ଠେ ହୋଇ ଥର ଥର ସେ

ଯେ ଜଣେ କନ୍ୟାପ୍ରେମାସକ୍ତ ପ୍ରତୀକ ମାତୃତ୍ୱର l


ତାରୁଣ୍ୟ ତରୁଣୀ ସ୍ପର୍ଶକାତର ପୂର୍ବ ଭାବରାଜି

ନେଲା ନବ ରୂପ ହିତଜ୍ଞାନେ କରି ଉଦ୍ରେକ ଗୁଣ ଦୈବୀ ମାନବୀୟ, ତ୍ବରାନ୍ୱିତ କରଣେ ଗତି

ମଟରସାଇକେଲଟିର କାକରେ ନକରି ଖାତର l


ଅଟକିଲା ଗାଡ଼ି ମୋର ମହାଶୟାଙ୍କ ଫାଟକ

କତିରେ,ଆସିଲା ଧାଇଁ ଘରେଇ ଚାକର ବାପୁଡ଼ା

" ମା ବହୁ ବିଳମ୍ବ କରିଦେଲେ ଆପଣ,କରିକରି

ଅପେକ୍ଷା ଆପଣ ଦୁହିଁଙ୍କୁ ଚାଲିଗଲେ ଡାକ୍ତର l"


ଖୋଲୁ ଖୋଲୁ ଫାଟକ ଚାକର ଚାଲିଥାଏ

ବଖାଣି ନିଜ ଦାୟିତ୍ୱ କାରିଗରୀ ଘରର ଖବର,

" ଯାହାବି ହେଉ ମା,ଔଷଧ ଖୁଆଇ ଆମ ଝିଅକୁ

କରିଦେଲେ କରୋନାମୁକ୍ତ ସିଦ୍ଧହସ୍ତ ଡାକତର l"

ତରୁଣୀ ମହାଶୟା ଜାଣି କୁଶଳତା ସ୍ୱସନ୍ତାନର,

ଆନନ୍ଦରେ ଗଦ ଗଦ ମନେ ଧରି ସୁଵିଚାର

ଗୃହେ ପ୍ରବେଶୀ ପିନ୍ଧି ମୁଖା ପ୍ରଦର୍ଶନ କଲେ

ମାତୃତ୍ୱ ପ୍ରରୋଦିତ ମମତାର l


ଗୃହସ୍ୱାମୀଙ୍କ ପ୍ରତ୍ୟାବର୍ତ୍ତନ ଭରିଦେଲା

ସନ୍ତାନ ଜାୟା ପ୍ରାଣେ ଅଫୁରନ୍ତ ଆନନ୍ଦ

କାୟ ମନ ବାକ୍ୟରେ ଜାଳି ଆଶାର

ଆଲୋକ l


ବନ୍ଧୁତ୍ବର ପବିତ୍ର ରଜ୍ଜୁରେ ବାନ୍ଧି ହେଲୁ

ଦୁଇଜଣ ଅଚିହ୍ନା ମଣିଷ ଶାଳକ

ଭଗିନେୟ ସୂତ୍ରେ ଆଜୀବନ ମିଶାଇ

ଛୋଟ ପରିବାରଦ୍ୱୟକୁ ଆମେ

ଶାନ୍ତି ଓ ମୈତ୍ରୀର ଆଜି ପ୍ରତୀକ l


Rate this content
Log in

Similar oriya poem from Inspirational