ଶୀତ କାଳ ଶୋଭା
ଶୀତ କାଳ ଶୋଭା
ଶିଶିର ର ଅନ୍ତେ ଆସଇ ମରତେ
ସୁଶୀତଳ ଶୀତ କାଳ
ତୁହୀନ ଧାରଣ କରି ଜନ ମନ
ହରଇ ଉର୍ବୀ ଚଞ୍ଚଳ ।
ରଜନୀ ରେ ହିମ ହୁଅଇ ପତନ
ପ୍ରଭାତେ ଶିଶିର ଶୋଭା
ବର୍ଣ୍ଣିଳ ମଞ୍ଜୁଳ ଦିଶଇ ଧବଳ
ଶିଶିର ବିନ୍ଦୁ ର ଆଭା ।
ଦିପ୍ତ ଅରୁଣିମା ପରଶେ ଲାଳିମା
ମଣ୍ଡିତ ଧୁମ୍ର ପଟଳ
ପରା ଏ ପ୍ରତୀତ ହୁଏ ନିପତିତ
କାକର କଣା ସକଳ ।
ଅତପ ଉତ୍ତାପ ବୃଦ୍ଧି ରେ ଅମାପ
ଆଭା ଉକୁଟି ଉଠଇ
ମୁକୁତା କେରାରେ ଖ ଚିତ ପରା ଏ
ଧରଣୀ ରାଣୀ ଶୋଭଇ ।
ଘାସ , କ୍ଷେତ , ବିଲ, କେଦାର ସକଳ
ବନ , ଉପବନ , ରାଜି
ଶିଶିର ବିନ୍ଦୁ ର କମ୍ର ଧୂମ୍ର ଧାର
ବିଧୌତ ସୁଷମା ସୃଜି ।
ମନୋଜ୍ଞ କାନ୍ତି ରେ ଭାବୋଦ୍ମ।ଦ କରେ
ଦରଶକ ମନ ପ୍ରାଣ
ଶୀତ କାଳ ଶୋଭା କେଡେ ମନ ଲୋଭା
ତୋଳଇ ନାନା ସ୍ପନ୍ଦନ ।