STORYMIRROR

Archana Acharya

Children

4  

Archana Acharya

Children

ଶୀତ ଗୀତ

ଶୀତ ଗୀତ

1 min
275

ସୁଲୁ ସୁଲୁ ସୁଲୁ ବାଆ ବହୁଅଛି,

ସିରି ସିରି ହୁଏ ଦେହ,

ଶୁଷ୍କ ହୋଇ ଫାଟି ଗଲାଣି ଶରୀର

ଶୁଖିଲା ଦିଶୁଛି ମୁହଁ ।


ସେଁ ସେଁ ସେଁ ଚକୁଳି ହେଲାଣି

ଟକ ଟକ ଟକ ପାଟି,

ଚୁଲି ମୁଣ୍ଡେ ବସି ଗରମ ଚକୁଳି

ମୁନି ଖାଏ ଚାଟି ଚୁଟି ।


ଧୁଡୁ ଧୁଡୁ ହୋଇ ଆଈମା ବସିଛି

ଗୁଣୁଗୁଣୁ ଗୀତ ଗାଇ ,

ପଖାଳ ସାଙ୍ଗରେ ମୂଳା ଭଜା ପୁଣି

ଶିମ୍ବ ରାଇ ଟିକେ ଖାଇ ।


ଲମ୍ବା ଲମ୍ବା ଲମ୍ବା ସଜନା ଛୁଇଁକୁ

ଧଳା ଧଳା ଫୁଲ କୋବି,

ଝୋଳ କରି ବୋଉ ଭାତ ବାଢିଲାଣି

ଚଟ୍ କରି ଖାଇ ଦେବି ।


ଧୂଆଁ ଧୂଆଁ ଧୂଆଁ ଆକାଶ ଦିଶୁଛି

ଠକ ଠକ ହୁଏ ଦେହ,

ବିଲ ଆଡୁ ମାଡ଼ି ଆସିଲାଣି ଶୀତ

ଉଷା ଲୁଚେଇଲେ ମୁହଁ ।


ମହ ମହ ମହ ବାସ ଛାଡିଲାଣି

ଆମ୍ବର ବଉଳ ପେନ୍ଥା,

ନାଲି ଓ ହଳଦି ଗେଣ୍ଡୁ ଫୁଲ ଯେତେ

ମାଳରେ ହେଲେଣି ଗୁନ୍ଥା ।


ଟିଙ୍ଗି ଟିଙ୍ଗି ଟିଙ୍ଗି ଘଣ୍ଟି ବାଜି ଉଠେ

ମହ ମହ ଝୁଣା ଧୂଆଁ,

ରାତି ଅଧୁ ମାଣ ବସାଇଲା ବୋଉ

ଶୀତକୁ ଡରିବ କିଆଁ ।


ଭଳି ଭଳି ଭଳି ପିଠା ପଣା କେତେ

ଠାଏ ଠାଏ ରଖାହୁଏ,

ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା ହୁଏ

ମନ ଆନନ୍ଦରେ ଧାଏଁ।


સામગ્રીને રેટ આપો
લોગિન

Similar oriya poem from Children