STORYMIRROR

Rohit Kumar Sethi

Children

4  

Rohit Kumar Sethi

Children

ପଣକିଆରୁ କିଛି ଶିଖିବା

ପଣକିଆରୁ କିଛି ଶିଖିବା

1 min
383

ଦୁଇ ଏକେ ଦୁଇ

ସବୁବେଳେ ସତ କହିବା,

ଶପଥ ନେବା ଭାଇ ।।

ଦୁଇ ଦୁଗୁଣେ ଚାରି

ଧୈର୍ଯ୍ୟ ସାହସ ମନରେ ଥିଲେ

କେବେ ନ ଯିବା ହାରି ।।

ଦୁଇ ତିନିଗୁଣ ଛଅ

ଦୁଃଖୀ ଜନଙ୍କ ସେବା କରି

ଭଲପିଲା ହୁଅ ।।

ଦୁଇ ଚଉକୁ ଆଠ

ଦେଶ ବିଦେଶ କଥା ଜାଣିବା

ପଢ଼ିଲେ ସିନା ପାଠ ।।

ଦୁଇ ପଞ୍ଚା ଦଶ

ମିଠା ବଚନେ ସଭିଙ୍କୁ ଆମେ

କରିବା ସଦା ତୋଷ ।।

ଦୁଇ ଛଅଗୁଣ ବାର

ଗୁରୁଜନଙ୍କ ପାଦ ଛୁଇଁକି

କରିବା ଆମେ ଜୁହାର ।।

ଦୁଇ ସତାଁଁ ଚଉଦ

ଦେହ ଖରାପ ହୋଇବ ଯଦି

ଡାକି ଆଣିବା ବଇଦ ।।

ଦୁଇ ଅଷ୍ଟାଁ ଷୋହଳ

ବସନ୍ତ କାଳେ ଆମ୍ବ ଗଛରେ

ପେନ୍ଥା ପେନ୍ଥା ବଉଳ ।।

ଦୁଇ ନୁଆ ଅଠର

ଏଇ ସଂସାରେ ବାପା,ମାଆ

ଦୁହେଁ ଜୀବନ୍ତ ଠାକୁର ।।

ଦୁଇ ଦଶା କୋଡ଼ିଏ

ଦେଖିବା ପାଇଁ ଈଶ ଦେଇଛି

ଆମକୁ ଆଖି ଯୋଡ଼ିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children