STORYMIRROR

Sasmita Choudhury

Fantasy

4  

Sasmita Choudhury

Fantasy

ଶୀତ ଏକ ଅନୁଭୂତି

ଶୀତ ଏକ ଅନୁଭୂତି

1 min
234


ଶୀତ ଏକ ଝାଉଁଳା ସ୍ବପ୍ନରେ 

ଜୀବନର କ୍ଷୀଣ ମୋହ, 

କେବେ ନିକାଞ୍ଚନେ ଏକ

ପକ୍ଷୀ ନୀଡ ତଳେ 

ଭୋକିଲା ପେଟର କୋହ। 


ଶୀତ ଏକ ଉଜୁଡା ପ୍ରେମର 

କରୁଣ ବିରହ ଗୀତି, 

କେବେ କାହା ପାଇଁ ସାଜେ

ଆତ୍ମାର ଶେଷ 

ଆକାଂକ୍ଷାର ପରିତୃପ୍ତି। 


ଶୀତ ଏକ ଦୁଃଖର ଅସରା 

ମାୟାମୟୀ କାଳରାତ୍ରୀ, 

କେବେ ଲୁଚି ଛପି ଭରେ

କୁଆଁରୀ ମନରେ

ସ୍ବପ୍ନ ବିଭୋର ତାତି। 


ଶୀତ ଏକ କଅଁଳ ଖରାର

କୁହୁକୀ ସକାଳ କାନ୍ତି, 

କେବେ ପଞ୍ଜରା ସନ୍ଧିର

କଲିଜା କମ୍ପନେ

ତିକ୍ତ ବ୍ଯକ୍ତ ଅନୁଭୂତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy