STORYMIRROR

Beenapani Seth

Classics

3  

Beenapani Seth

Classics

ଶୀତ ଦିନର ସେ ଅଭୁଲା ମୁହୂର୍ତ୍ତ..

ଶୀତ ଦିନର ସେ ଅଭୁଲା ମୁହୂର୍ତ୍ତ..

1 min
285

ଶୀତ ଥୁରୁ ଥୁରୁ ଦେହରେ

ପାଦ ମୁଁ କାଢ଼ିଲି ବାହାରେ

ଶାନ୍ତ, ଶୀଥିଳତା

ମୋ ଜୀବନେ ଆଙ୍କିଦେଲା

କୁହୁଡ଼ିଆ ପାଗର

ସୁନ୍ଦର ପ୍ରତିଛବିଟିଏ

ନିରୀମାଖି ରୂପସୀଟିଏ

ସାମ୍ନାରେ ଆସି ମୋ ବସେ

ଥର ଥର ଓଠରେ

ମୃଦୁ ହାସ୍ୟ ବଦନରେ

ନିରେଖି ନିରେଖି

ଚାହେଁ ରହି ରହି

ସତେ କି ସେ ଚିନ୍ହା ଚିନ୍ହା

ମୋର ଅତି ପ୍ରିୟ ନିଜର

କିଛି କ୍ଷଣ ପରେ

ଭାବର ଆଦାନ ପ୍ରଦାନ

ଜଣା ପଡିଲା ସେ

ମୋର ପ୍ରିୟ ବାନ୍ଧବୀ

ବହୁ ଦିନର ବ୍ୟବଧାନ ପରେ

ଦେଖାହେଲା ତା ସାଥେ ଏବେ

ମନ ଖୋଜୁଥିଲା ଯାହା

ମିଳିଗଲା ମତେ ତାହା

ଆଜି ସିଏ ମୋର ମନର ମାନସୀ

ମୋ ଜୀବନର ପୂର୍ଣ୍ଣ ଚନ୍ଦ୍ର ରାଶି

ସେଇ ଶୀତର ଅନୁଭୂତି

ଆଜି ବି ମୋ ମାନସ ପଟେ

ଢାଳୁଛି ଆହୁତି

ସେ ଅଭୁଲା ଦିନ ପୁଣି ମିଳେନା

ପ୍ରଥମ ଦେଖାର ସେ ମୁହୂର୍ତ୍ତ ଭୁଲି ହୁଏନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics