ଶୀତ ଅନୁଭୂତି
ଶୀତ ଅନୁଭୂତି
କିଏ କହେ ଶୀତ ମିତ ଆମର
ଅଟୁ ଯେତେ ଅଳସୁଆ
ଶୀତ ଅନୁଭୂତି ଅଲଗା କୁହଇ
ଆଣେ ସ୍ମୃତି ରୂପେ କାୟା l
ଶୀତଦିନେ ଉଠି ସକାଳ ପବନେ
ବ୍ୟାୟାମ ବି ଲାଗେ ଭଲ
ସ୍ୱାସ୍ଥ୍ୟ ହିଁ ଅଟଇ ଅମୁଲ୍ୟ ସମ୍ପଦ
ଏ କଥା କେବେ ନ ଭୁଲ l
କୁହୁଡ଼ି ର ଧୂଆଁ ପାଟିରୁ ବି ଧୂଆଁ
ବାହାରଇ ଧୀରେ ଧୀରେ
ନାକ ର ସିଙ୍ଗାଣି ଥପଥପ ଥିପେ
ପୁଛୁ କେତେ ଆରାମରେ l
ଗରିବ ପାଖରେ ଶୀତ ବସ୍ତ୍ର ନାହିଁ
ଜୀବନ ସଂଗ୍ରାମ ଲଢେ
କେବେ ଖରାବର୍ଷା କେବେ ପୁଣି ଶୀତ
ନିକଟରେ ସିଏ ଭିଡ଼େ l
ଯିଏ ଯାହା କହୁ ଶୀତ ଅନୁଭୂତି
ସ୍ମୃତି ହୋଇଯାଏ ରହି
ସମୟ ସ୍ରୋତ ରେ ଲଢ଼ିବାକୁ ହୁଏ
କଥା ଟି ଦିଅ ଚେତାଇ l
