Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Comedy

4.0  

Kali Kumar

Comedy

ଶୀତ ଅଧିବେଶନ

ଶୀତ ଅଧିବେଶନ

3 mins
270


ଆଜିକାଲି ଆମ ଘରେ

ସଞ୍ଜ ଓ ସକାଳେ ପାର୍ଲିଆମେଣ୍ଟ ବସୁଛି

ସବୁ ଅଧିବେଶନରେ ହିଁ ମୋ ପ୍ରସଙ୍ଗ ଉଠୁଛି

ଯିଏ ଯାହାର, ତର୍କ - ବିତର୍କ ପରେ

ନିଷ୍କର୍ଷ, ମୋ ବାହାଘରେ ଛିଣ୍ଡୁଛି;

ଉପସଂହାର: ବାହାଘର କଥା ନ ହୋଇଥିଲେ

ଟୋକା କିଆଁ ଏତେ ବ୍ୟସ୍ତ ହେଉଛି

ଚାକିରିର ବର୍ଷକ ନ ପୁରୁଣୁ,

ଘର ତୋଳବାକୁ କିଆଁ, ଡିଆଁ ସେ ମାରୁଛି

ମନା କରିବାରୁ, ଋଷି ଭାନ୍ତି ଜଟା ଛିଣ୍ଡାଉଛି

ବୋଧହୁଏ;

ଏବେ ବାହାହେବା ପାଇଁ ଟୋକା ମନସ୍ତ କରିଛି ।।

ଏମନ୍ତ ପ୍ରସଂଗକୁ ନେଇ

ଘରର ସମସ୍ତେ ଏକଜୁଟ ହୋଇ

ଏକ ଶୀତ ଅଧିବେଶନ ଡକାଇଲେ

କୁଙ୍କୁଡ଼ି-କାଙ୍କୁଡ଼ି, ଠିକ୍ ମାଛି ଅନ୍ଧାର ହେବାରୁ

ଦାଣ୍ଡ ଘରେ, ସମସ୍ତେ ଉପସ୍ଥିତ ହେଲେ,

ତତ୍ ପରେ,

ଶାସକ ଦଳର ମୁଖିଆଙ୍କ ପରି, ବାପା !

ପ୍ରଥମେ ହାତ ହଲାଇ ସମ୍ବୋଧିତ କରିଲେ

ପରେ, " ଆପଣମାନେ ରେଡି ତ ? " କହି

ସଭାକାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ଦେଲେ,

ପୁଣି ଟିକେ ଅଟକି ଯାଇ,

ବାପା ! କରିଦେଲେ ଏକ ସତର୍କବାଣୀ

ସମସ୍ତେ ସଜାଗ ଓ ସାବଧାନ ରୁହ

ଆଜିର ସଭା ବିଷୟରେ,ସାନ ଟୋକା ଯେମିତି ନ ପାରଇ ଜାଣି ।।

ଯଦି ପାଇ ଯାଏ, ଏ ସଭା ବାବଦକୁ କିଛି ଖବର

ଭଲ ଭାବରେ କରିବ ସେ, ଆମ ଉପଚାର

ତା' ଉପଚାରକୁ ମୋର , ଭାରି ଡର

ତେଣୁ ବେଳ ଥାଉଁ ଥାଉଁ ଗୋବିନ୍ଦ ସ୍ମର ! ଗୋବିନ୍ଦ ସ୍ମର !

ଆଉ କଥାରେ ଅଛି, " ପ୍ରିଭେଂସନ୍ ଇଜ୍ ବେଟର ଦେନ୍ କ୍ୟୁଅର୍"

ସେ ଟୋକା ଆଖପାଖରେ ଅଛି କି ନାହିଁ, " ମେକ୍ ସିୟୁର, ମେକ୍ ସିୟୁର" ।।

ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଉତ୍ତାରୁ

ସଭା କାର୍ଯ୍ୟ ଫୁଲ୍ ଦମରେ ହୋଇଗଲା ସୁରୁ ।।

ପ୍ରଥମେ ବାପା ଏକ ପ୍ରସ୍ତାବ ଉପସ୍ଥାପନ କଲେ

ତାଙ୍କ ପ୍ରସ୍ତାବେ ଉତ୍ସାହିତ ହୋଇ,

ମୋ ପୁତୁରା - ଝିଆରୀ କରତାଳିରେ ତାଙ୍କୁ ସମର୍ଥନ ଦେଲେ

" ଛୁଆ ଆମ ଏତେ ବାଟ ଯାଉଅଛି, ଚଢ଼ି ସେହି ସ୍କୁଟି

କଲେଜ ପହଞ୍ଚୁ, ପହଞ୍ଚୁ ,

ତା' ଦେହେ ଲାଗୁଛି,କେତେ ଖରା,ବର୍ଷା,ଧୂଳି,ବାଲି,ମାଟି

ତେଣୁ ; ସେ କିଣୁ ଗୋଟେ କାର୍

ଏବେ ଘର ବା ଆମକୁ କି ଦର୍କାର୍ "

ଏହି ଘରେ କଅଣ ବା ରହିଅଛି ଅସୁବିଧା

ମୋ ମତରେ, " ବାହାଘର ପାଇଁ ଘର ନୁହଁ, ଏକ ସମୃଦ୍ଧ ବାଧା"

ତେଣୁ ଘର ନିର୍ମାଣକୁ କିଛି ବର୍ଷ ଘୁଞ୍ଚାଇ ଦେଇ

ତା' ବଦଳେ କାର ଟିଏ, ଏବେ ନେଇ ଆସ ଯାଇ ।।

ଆପଣଙ୍କ ପ୍ରସ୍ତାବ ନୁହଁଇ ମନ୍ଦ

କିନ୍ତୁ, ମୋ ମନରେ ଏକ ପ୍ରଶ୍ନର ଦ୍ଵନ୍ଦ

ଭାଉଜ ମୋ ନାରୀ ନେତ୍ରୀ, ଓଡ଼ିଶାରେ ଭା.ଜ.ପା. ପ୍ରାୟ

ଗୃହକୁ ମୁଲତବୀ କରିବାକୁ,ଦେଖାଇଲେ ବିରୋଧୀର ଭୟ

କହିଲେ,

"ଚାକିରିଆ ଦିଆର ମୋ, ଆଣିବ ପାଠୋଇ ବୋହୂରାଣୀ

ଆମେ ତ ପୁରୁଣା, ପୁଣି ଗାଁ କନିଆ, ନାକେଇ ସିଙ୍ଘାଣି"

ମିଶିଵ ବା କେମିତି ତା' ସହ, ଆମ ରହଣି,ଚାଲି ଓ ଚଳଣି

ତେଣୁ କାର ନ ହେଲେ, ଏବେ ଚଳିବ

କିନ୍ତୁ ଅତ୍ୟାଧୁନିକ ଘର ନ ହେଲେ, ତାକୁ ଭାରି ଅସୁବିଧା ହେବ "

"ମୁଳୁ ନାହିଁ ମାଇପ, ପୁଆ ନାଁ ଗୋପାଳ ଦେବା ପାଇଁ"

ଏବେଠୁ ଏମିତି ତତ୍ପରେ ହୁଅ କାହିଁ ପାଇଁ

ଦାମ ପ୍ରାୟ, ଏମନ୍ତ ଏକ ବିବାଦୀୟ ମନ୍ତବ୍ୟ ଦେଇ

ଭ୍ରାତା ମୋର,

ଚୁପ୍ କିନା ସଭାରୁ ବିଦା ହେଲେ, କିଛି ଉପାୟ ନ ପାଇ ।।

ତହୁଁ, ବୋଉ ମୋର କଂଗ୍ରେସ ପ୍ରାୟ ନିରପେକ୍ଷ ରହି

କାହା ସାଥେ ମେଣ୍ଟ କରିବ, ଚିନ୍ତୁଥାଏ

ମୁଣ୍ଡେ ହାତ ଦେଇ, ମୁଣ୍ଡେ ହାତ ଦେଇ ।।

ମୁଁ କିନ୍ତୁ ସ୍ୱାଧୀନ ପ୍ରାଥୀ, ମୋର ଆଗ ପଛ କିଛି ନାହିଁ

ବୁଲି ବୁଲି ସଭା ସ୍ଥଳେ ବିଳମ୍ବରେ ପହଞ୍ଚିଲି ଯାଇ

ମୋ ଉପସ୍ଥିତି ପାଇ, ପକ୍ଷ- ବିପକ୍ଷ, କେହି ଧରା ଦେଲେ ନାହିଁ

ମୋ ପୁତୁରା- ଝିଆରୀ, ନିରୀହ ଭକୁଆ ଜନତା ପ୍ରାୟ ଆଁଟା କରି ମୋ ମୁହଁକୁ ରହିଥିଲେ ଚାହିଁ

ପଚାରିଲି,"ବାବୁରେ କଣ ଚାଲିଥିଲା ଏଠି, କିଛି ବୁଝିଲ କି ନାହିଁ ?"

ଉତ୍ତରରେ କହିଲେ,

" ଭାବିଥିଲୁ, ସଭା ପରେ ଭୋଜି ଭାତ ଖାଇବାର ପାଇଁ

ଅନେକ ବେଳୁ ଆଶା କରି ରହିଥିଲୁ ଚାହିଁ,

ଭୋଜି କଥା ଛାଡ଼, ଏଠି ବାସ୍ନା ଟିକେ ମିଳୁ ନାହିଁ,

ଭୋକିଲା ପେଟ ଶୋଇବୁ,

ନିରାଶା ହତାଶାକୁ ନେଇ, ନିରାଶା ହତାଶାକୁ ନେଇ ।।


Rate this content
Log in

Similar oriya poem from Comedy