STORYMIRROR

ABADHOOT PANDA

Classics

4  

ABADHOOT PANDA

Classics

ଶୀତ ଆଉ ବସନ୍ତ

ଶୀତ ଆଉ ବସନ୍ତ

1 min
256


ଶୀତର ଦାଉ ଯାଉଛି ଦବି ଦବି

ଆଗକୁ ଆସୁଛି ଫଗୁଣର ଛବି ll


କାଲୁଆ ପବନ ଯିବ ତ ଉଭେଇ

ଦକ୍ଷିଣା ପବନ ନବ ମନ ମୋହି ll


ରେଜେଇ କମଳ ହଵନି ଲୋଡ଼ା

ମଳୟ ଆଣିବସାଥେ ମାର ବାପୁଡ଼ା ll


ଶାନଦାର ଫୁଲ ଶରର ସୁଵିଚାର

କାମନା ଉଦ୍ରେକୀ ତାରୁଣ୍ୟ ଅଭିସାର ll


ହିମ କାକରେ ଶିଶିର କରିତନୁ ଶକ୍ତ

ସ୍ଵଛଳ କରିବ ବସନ୍ତର କର୍ତ୍ତବ୍ୟ ପଥ ll


ଅଲିଅଳ ସବା ସାନ ଭାଇ ଯେ ବସନ୍ତ

ବଡ଼ ଛଅ ଭାଇଙ୍କ ପ୍ରେମେ ସିଏ ପୁଷ୍ଟିତ ll


ରାଜାର ମୁକୁଟ ମଳୟାସନେ ପ୍ରତିଷ୍ଠିତ

ଗାୟକ ପିକ ନର୍ତ୍ତକ ମୟୁରଙ୍କ ସେବିତ ll


ସେ ଯେ ଋତୁରାଜ ଯୁବା ପ୍ରାଣ ମୋହକ

ସାରା ବିଶ୍ୱେ ଜମାଏ ଉନ୍ମାଦନାର ମହକ ll


ଯାଉଥାନ୍ତୁ ଆସୁଥାନ୍ତୁ ଆମ ଋତୁଚକ୍ର ସଦା

ଉଦ୍ଭିତ ଜୀବ ଜଗତ ରକ୍ଷକ ଅଟନ୍ତି ନିଦା ll


ଯାଉଛି ଚାଲି ଛାଡ଼ି ଆମକୁ ଆମ ଶୀତ

ଆମ ଶୟନ-ସୁଖ-ବପୁ-ଶକ୍ତିଦାତା ମିତ ll


ସ୍ୱାଗତ କରୁ ଆଜି ଆମେ ରାଜା ବସନ୍ତଙ୍କୁ

ନଚାହିଁ ପଛକୁ ଆଉ ଫେରିବିଦାୟୀ ଶୀତଙ୍କୁ ll

   


Rate this content
Log in

Similar oriya poem from Classics