STORYMIRROR

Gangotri Priyadarshini

Tragedy Classics Inspirational

3  

Gangotri Priyadarshini

Tragedy Classics Inspirational

ଶୀତ ଆସିଲେ

ଶୀତ ଆସିଲେ

1 min
248

 ଶୀତ ଆସିଲେ


ଶୀତ ଆସିଲେ ମନ ପଡ଼ିଯାଏ

ରାସ୍ତା କଡର ଫୁଙ୍ଗୁଳା ଦେହ

ଆକାଶ ସତେ ଅଭିମାନ କରି

ଢାଳି ଦେଉଛି କି କାକର ଲୁହ !! !!

କେହି କେବେ ଯଦି ସହୃଦୟତା ର

ପରିଚୟ ଦେଇ ବାଣ୍ଟି ଦେଇଯାଏ

ଶୀତ ବସ୍ତ୍ର ସହ ଉଷୁମ ସ୍ନେହ

ଆଶୀର୍ବାଦ ର ହାତ ଉଠିଯାଏ

ଛାତି ଭରିଦିଏ ଅଦେଖା କୋହ !! !!

କେମିତି ବିଧାତା ପ୍ରଭେଦ ରଚିଲ

ଧନୀ ଗରିବ ରେ ପାଚେରୀ କରି

କାହା ପେଟ ଖୋଜେ ହଜମୀ ବଟିକା

କାହା ପେଟ ଖାଦ୍ୟ ହେଉଛି ଝୁରି !! !!

ପୂର୍ବହୁଁ ଗଢିଛ ଯେବେ ଏମନ୍ତ ବ୍ୟବସ୍ଥା

ପାତର ଅନ୍ତର ଦେଖି ଘୁରିଯାଏ ମଥା

ନାଆଁ କରା ମଣିଷ କି ପାରିବେ ହଟେଇ

ଜୀବନ ରାସ୍ତାରେ ସର୍ବେ ସମାନ ବାଟୋଇ !! !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy