ଶୀର୍ଷକ:- ସମୟ ବଡ଼ ବଳବାନ
ଶୀର୍ଷକ:- ସମୟ ବଡ଼ ବଳବାନ
ବୁଝିବା ସମୟ ମହତ୍ତ୍ୱ,
କରିବା କାର୍ଯ୍ୟ ଅବିରତ !!
ସମୟ ବଡ଼ ବଳବାନ
କାଲି କିପରି ହେବ ଦିନ !!
ସ୍ମୃତି ରହିବ ତୋର କର୍ମ,
ମନୁଷ୍ୟ କର୍ତ୍ତବ୍ୟର ଧର୍ମ !!
ଜାଣିବା ମର୍ତ୍ତ୍ୟର ଜନମ
କର୍ତ୍ତବ୍ୟ ମନୁଷ୍ୟର କର୍ମ !!
ଅଛୁ ଗରୀବ ତୁହି ଆଜ
କାଲି ଯେ ମିଳିବ ଐଶ୍ୱର୍ଯ୍ୟ !!
ନ ରହିବ ଏ ସବୁଦିନ,
ସମୟ ବଡ଼ ବଳବାନ !!
ସତ୍ୟର ପଥେ ରହି ଥିବା
କାର୍ଯ୍ୟ ରାଷ୍ଟ୍ରହିତେ କରିବା !!
ମନୁଷ୍ୟ ଧର୍ମ ଏହୁ ପରା,
ସମୟ ମହତ୍ତ୍ୱ ଜାଣିବା !!
ଦୁର୍ଲ୍ଲଭ ମାନବ ଶରୀର,
ରଖିବା ମହତ୍ତ୍ଵ ତାହାର !!
ସମୟ ଚକ୍ରକୁ ଚିହ୍ନିବା,
କର୍ମକୁ ଆଦର କରିବା !!
